ଫୁଲବାଣୀ: ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ସ୍ବାଗତିକା ବେହେରା ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ରହୁଥିବା ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
କନ୍ଧମାଳର ଜି ଉଦୟଗିରି ଥାନାରେ ଏସଆଇ ଭାବରେ କାର୍ଯ୍ୟରତ ଥିଲେ ସ୍ବାଗତିକା ବେହେରା । ତେବେ ଆଜି (ଶନିବାର) ସେ ରହୁଥିବା ସରକାରୀ ବାସଭବନରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର, ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।