ଓଡିଶା

odisha

By

Published : Sep 23, 2019, 11:55 PM IST

Updated : Sep 24, 2019, 12:07 AM IST

ETV Bharat / state

‘ଇଟିଭି ଭାରତ’ ପ୍ରଭାବ: କିଷାନ କ୍ରେଡିଟ କାର୍ଡ଼ ଦୁର୍ନୀତିରେ ବ୍ୟାଙ୍କ ମ୍ୟାନେଜର ଗିରଫ

କନ୍ଧମାଳରେ କେସିସି ଓ ମୁଦ୍ରା ଲୋନରେ ମହାଠକେଇ ଅଭିଯୋଗ ଆସିଥିଲା । ଏନେଇ ‘ଇଟିଭି ଭାରତ’ ପ୍ରଥମେ ଖବର ପ୍ରସାରଣ କରିଥିଲା । ଶେଷରେ ଏହି ଦୁର୍ନୀତିରେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ସାଗରିକା ନାୟକ ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଛି । ଏନେଇ ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଜିଲ୍ଲାରେ କିଷାନ କ୍ରେଡିଟ କାର୍ଡ ଓ ମୁଦ୍ରା ଯୋଜନାରେ ବ୍ୟାଙ୍କ ମାଧ୍ୟମରେ ବ୍ୟାପକ ଦୁର୍ନୀତି ହୋଇଥିବା ଏକ ରିପୋର୍ଟ ‘ଇଟିଭି ଭାରତ’ରେ ଶନିବାର ପ୍ରସାରିତ ହୋଇଥିଲା । ଏନେଇ 30ରୁ ଊର୍ଦ୍ଧ୍ବ ହିତାଧିକାରୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦାଏର କରିଥିଲେ । ପୋଲିସର ଖୋଳତାଡ ପରେ ଶେଷରେ ଏହି ମାମଲାରେ ସୋମବାର ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ସାଗରିକା ନାୟକ ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀ ।

କେସିସି ଓ ମୁଦ୍ରା ଲୋନ ଦୁର୍ନୀତିରେ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କ ସ୍ବାମୀ ଗିରଫ


କନ୍ଧମାଳ ଏସପି୍‌ ପ୍ରତୀକ ସିଂ ନିଜେ ଏହି ମାମଲାର ତଦନ୍ତକୁ ତଦାରଖ କରିଥିଲେ । ଏଥିରେ ବହୁ କୋଟି ତାଙ୍କର ଦୁର୍ନୀତି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଗିରଫ ପରେ ଉଭୟଙ୍କୁ ଏସ୍‌ଡିଜେଏମ କୋର୍ଟରେ ହାଜର କରିଛି ପୋଲିସ । ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ଘର କଟକ ବିଡାନାସୀରେ ବୋଲି ସୂଚନା ଦେଇଛି ପୋଲିସ । ସେହପରି ତାଙ୍କ ସ୍ବାମୀଙ୍କ ଘର ଅନୁଗୁଳ ମାଷ୍ଟ୍ରପଡ଼ାରେ । ଏହି ଦୁଇଜଣଙ୍କ ବ୍ୟତୀତ ପୋଲିସ ଜଣେ ମଧ୍ୟସ୍ଥିକୁ ଅଟକ ରଖି ଜେରା ଜାରିରଖିଛି ।

ଏହି ମାମଲାରେ ମ୍ୟାନେଜର ସାଗରିକା ନାୟକ କହିଛନ୍ତି, ତାଙ୍କୁ ମିଛ କେସରେ ଫସେଇ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଏହି ଦୁର୍ନୀତି ନେଇ ସହରର ଅନେକ ମହିଳା ଏବଂ ଗରିବ ଆଦିବାସୀ ଚାଷୀ ଟାଉନ ଥାନାରେ ଏତଲା ଦେଇଥିଲେ । ପରେ ଏହି ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଏତଲା ଦିଆଯାଇଥିଲା । ପ୍ରତି କେସିସି କାର୍ଡରେ ଋଣ କରିଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଦଲାଲ ମାଧ୍ୟମରେ ଅସୁଲ କରାଯାଇଥିଲା । ଏପରିକି ଲୋକଙ୍କ ଏଟିଏମ ମଧ୍ୟ ନିଜ ପାଖରେ ରଖିଥିଲେ ବ୍ରାଞ୍ଚ ମ୍ୟାନେଜର । ଏହି ମାମଲାରେ ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି ।


ଏହି ମାମଲାରେ ଗାଁ ଗଣ୍ଡାର ଅନେକ ଲୋକେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଢ଼ିଛି ବୋଲି ପୋଲିସ କହୁଛି । ତେବେ ତଦନ୍ତ ବ୍ୟାପକ କରିବାକୁ ଦାବି କରିଛନ୍ତି ଲୋକେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Sep 24, 2019, 12:07 AM IST

ABOUT THE AUTHOR

...view details