ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଦୁର୍ନୀତିର ଆଉ ଏକ ନୂଆ ଅଧ୍ୟାୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଠାରେ ଥିବା କେ.ସି ଡିଗ୍ରୀ କଲେଜରେ । ଫୁଲବାଣୀର ଅନିଲ କୁମାର ଚୌଧୁରୀଙ୍କ ଦ୍ବାରା ପରିଚାଳିତ କେ.ସି ଡିଗ୍ରୀ କଲେଜରେ ମହା ଦୁର୍ନୀତିର ଅଭିଯୋଗ ଆସିଛି । କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।
ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ନିଜର ବୃତ୍ତି ପଇସା ପାଉନଥିବା ଅଭିଯୋଗ କରିଛନ୍ତି । ବୃତ୍ତି ପଇସା ସିଧାସଳଖ କଲେଜ କର୍ତ୍ତୃପକ୍ଷଙ୍କ ଖାତାକୁ ଯାଉଥିବା ଜାଣାପଡ଼ିଛି । ଏନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଏହାର ସଠିକ୍ ତଦନ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।