ଓଡିଶା

odisha

ETV Bharat / state

ଡରାଉଛି 'ଫନି': କନ୍ଧମାଳ ଜିଲ୍ଲାବାସୀଙ୍କ ମନରେ ଛନକା

କନ୍ଧମାଳ ଜିଲ୍ଲାରେ ବାତ୍ୟା 'ଫନି'ର ପ୍ରଭାବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ହିଁ ମେଘୁଆ ପାଗ ରହିଥିବା ବେଳେ ଝିପିଝିପି ବର୍ଷା ହେବାରେ ଲାଗିଛି । ଏହା ସହିତ ଜୋରରେ ପବନ ମଧ୍ୟ ବହିବାରେ ଲାଗିଛି ।

By

Published : May 2, 2019, 6:49 PM IST

Updated : May 2, 2019, 7:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବାତ୍ୟା 'ଫନି'ର ପ୍ରଭାବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ହିଁ ମେଘୁଆ ପାଗ ରହିଥିବା ବେଳେ ଝିପିଝିପି ବର୍ଷା ହେବାରେ ଲାଗିଛି । ଏହା ସହିତ ଜୋରରେ ପବନ ମଧ୍ୟ ବହିବାରେ ଲାଗିଛି । ପୂର୍ବରୁ ଜିଲ୍ଲାରେ 'ତିତିଲି' ଓ 'ହୁଡ୍ ହୁଡ୍' ବେଳେ ପାହାଡରୁ ଅତଡା ଖସି ଗାଁ ମାନଙ୍କରେ ପଶିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ଗାଁ ଗଣ୍ଡାରେ ପାଣି ପଶିବା, ମାଟିଅତଡା ଖସିବା ସହିତ ବନ୍ୟାର ମଧ୍ୟ ନଜିର ରହିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରାୟ 3 ହଜାର 500 ପରିବାରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି । ଦାରିଙ୍ଗବାଡି, ଘୁ.ଉଦୟଗିରି, ଟିକାବାଲି, ଚକାପାଦ ଓ ବାଲିଗୁ଼ଡା ବ୍ଲକର ଦୁର୍ଗମ ,ପାହାଡ ତଳି ଗାଁ ତଥା ବିପଦପୂର୍ଣ୍ଣ କୁଡିଆ ଘରର ଲୋକଙ୍କୁ ସ୍କୁଲ ମାନଙ୍କୁ ସ୍ଥାନାନ୍ତର କରାଯାଉଛି।

ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ପାଞ୍ଚଟି ଓଡ୍ରାଫ୍ ଟିମ୍ ଜିଲ୍ଲାରେ ପହଞ୍ଚି ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ରାସ୍ତା ସଫା କରିବା ସହିତ ପୁନଃଥଇଥାନ ପାଇଁ ସମସ୍ତେ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ । ଖାଦ୍ୟ, ମେଡିସିନ୍ ଓ ଅନ୍ୟାନ୍ୟ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ବାତ୍ୟାର ପ୍ରକୋପ ଭୋଗିଥିବା କନ୍ଧମାଳର ଅନେକ ଅଞ୍ଚଳର ଲୋକେ ପୁଣି 'ଫନି' ବାତ୍ୟାର ପ୍ରକୋପ ଆରମ୍ଭ ହେବା ଦେଖି ଛାନିଆ ହେଲେଣି । ଆଇଏମଡି କନ୍ଧମାଳ ଜିଲ୍ଲାରେ ଦୁଇ ତାରିଖରେ ଅରେଞ୍ଜ୍ ଆଲର୍ଟ ଜାରି କରିଥିବା ବେଳେ ତିନି ତାରିଖରେ ରେଡ୍ ଆଲର୍ଟ ଜାରି କରିଛି । ତେଣୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : May 2, 2019, 7:43 PM IST

ABOUT THE AUTHOR

...view details