ଓଡିଶା

odisha

ETV Bharat / state

କେରଳରୁ ରେଳ ଟ୍ରାକରେ କନ୍ଧମାଳ ଯୁବକ, ଘରକୁ ଫେରାଇ ନେବାକୁ ନିବେଦନ - କେରଳରେ ଫସିଛନ୍ତି କନ୍ଧମାଳ ଯୁବକ

ଓଡିଶା ଅଭିମୁଖେ ବାହାରିଥିବା କନ୍ଧମାଳର ପ୍ରବାସୀ ଓଡିଆ ଶ୍ରମିକ ଅଧା ବାଟରେ ଅଟକି ରହିଛନ୍ତି । ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି ଭିଡିଓ ।

kandhamals-people-is-being-asked-to-return-home-on-a-railway-track-from-kerala
କେରଳରୁ ରେଳ ଟ୍ରାକରେ କନ୍ଧମାଳ ଯୁବକ, ଘରକୁ ଫେରାଇ ନେବାକୁ କରୁଛନ୍ତି ଅନୁରୋଧ

By

Published : May 18, 2020, 1:35 AM IST

ଫୁଲବାଣୀ: ଜିଲ୍ଲାରେ କାମଧନ୍ଦା ଅଭାବରୁ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି । କେରଳରେ ହଜାର ହଜାର ସଂଖ୍ୟାରେ ଶ୍ରମିକ ଅଛନ୍ତି । କାମ ନାହିଁ ତେଣୁ ଘରମୁହାଁ । ହେଲେ ଲକଡାଉନ ହେତୁ ବିପଦପୂର୍ଣ୍ଣ ଭାବେ ରେଳ ଧାରଣାରେ ଚାଲିଚାଲି ଆସୁଛନ୍ତି କେରଳରୁ । ପଠାଇଛନ୍ତି ସେମାନଙ୍କ ଦୁଃଖର ଭିଡିଓ ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ଡାମ୍ବା ଗ୍ରାମର ପ୍ରମିଶ ନାୟକ, ଟିକାବାଲି ବ୍ଲକ ଅନ୍ତର୍ଗତ ବଡିମୁଣ୍ଡା ପଞ୍ଚାୟତର ବ୍ରେକା ଗ୍ରାମର ଫିନସ ଦିଗାଲ ଏବଂ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମର ଦୀପକ ନାୟକ କାମ କରୁଥିଲେ କେରଳରେ । କାଠ ମିଲ ମାଲିକ ବହୁ କଷ୍ଟ ଦେବା ସହ ଭୋକ ଉପବାସରେ ରଖୁଥିଲା । ପେଟର ଭୋକକୁ ସମ୍ଭାଳି ନ ପାରି ଗତ ୧୩ ତାରିଖ ଦିନ ପାତଟିଟା ଜିଲ୍ଲାର ସୀତାର ସହରରୁ ରେଳ ଲାଇନ କଡେ କଡେ ଚାଲି ଓଡିଶା ଅଭିମୁଖେ ବାହାରି ୩୦୦କିମି ଭୋକ ଉପବାସରେ ଆସି ରବିବାର କୋଟନ ଜିଲ୍ଲାରେ ପହଞ୍ଚିବା ପରେ ଆଉ ଆଗକୁ ଚାଲିବାର ସମ୍ବଳ ନ ଥିଲା । ତେଣୁ ସ୍ଥାନୀୟ ରେଳ ଷ୍ଟେସନ ନିକଟ ତେଙ୍ଗେନାତେରି ଥାନାକୁ ଯାଇ ଓଡିଶା ଫେରିବା ନିମନ୍ତେ ନେହୁରା ହୋଇଥିଲେ ।

କେରଳରୁ ରେଳ ଟ୍ରାକରେ କନ୍ଧମାଳ ଯୁବକ, ଘରକୁ ଫେରାଇ ନେବାକୁ ନିବେଦନ

କିଛି ଫଳ ମିଳିଲାନି ଓଲଟି ଯେଉଁ ରାସ୍ତାରେ ଆସିଛ ଯେଉଁଠୁ ଆସିଛ ସେଠିକୁ ଫେରିଯିବାକୁ ତାଗିଦ କଲେ ଥାନା ବାବୁ । ତିନି ପ୍ରବାସୀ ଯୁବକ ପୁଣି ରାସ୍ତା ଉପରକୁ ଆସି ଭୋକ ଉପବାସରେ ସଢ଼ୁଛନ୍ତି । ରେଳ ଲାଇନ କଡେ କଡେ ଚାଲି ଆସିବା ବେଳେ ଓଡିଶା ସରକାରଙ୍କୁ ନେହୁରା ହୋଇ ନିଜ ଜନ୍ମ ମାଟିକୁ ଫେରେଇ ନେବାକୁ ଭିଡିଓ ମାଧ୍ୟମରେ ଅନୁରୋଧ କରି ସୋସିଆଲ ମିଡିଆରେ ଛାଡିବା ପରେ ଘଟଣା ଜଣାପଡିଥିଲା । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଶ୍ରମିକ ଭାଇମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବାକୁ ସ୍ଥାନୀୟ ଅଞ୍ଚଳବାସୀ ଏବଂ କେରଳରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ନିବେଦନ କରିଛନ୍ତି । ଏହା ସହିତ ସ୍ଥାନୀୟ ସ୍ବେଚ୍ଛାସେବୀ ରାଜ୍ୟ ରିଲିଫ କମିଶନରଙ୍କୁ ଅବଗତ କରିଛନ୍ତି । ଅନଲାଇନରେ ରେଜିଷ୍ଟ୍ରେସନ କରି ଅପେକ୍ଷା କରି ଶେଷରେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details