ଓଡିଶା

odisha

ETV Bharat / state

କନ୍ଧମାଳ ମହୋତ୍ସବ ଉଦଘାଟିତ - kandhamala festival opening ceremony

କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ । କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କନ୍ଧମାଳ ମହୋତ୍ସବ ଉଦଘାଟିତ
କନ୍ଧମାଳ ମହୋତ୍ସବ ଉଦଘାଟିତ

By

Published : Feb 3, 2020, 11:53 PM IST

ଫୁଲବାଣୀ: କନ୍ଧମାଳର କରୋନେସନ ପଡିଆରେ କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ବୃନ୍ଦା ଡି, ମା' ନାରାୟଣୀ ମନ୍ଦିର ଠାରେ ମଶାଲ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ । ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ଅନେକ ପାରମ୍ପରିକ ଲୋକନୃତ୍ୟ ଦଳ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଏହାପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମେଳାକୁ ଉଦଘାଟନ କରିଥିଲେ।

କନ୍ଧମାଳ ମହୋତ୍ସବ ଉଦଘାଟିତ

ପଡ଼ିଆରେ 140ରୁ ଅଧିକ ଷ୍ଟଲରେ ଜିଲ୍ଲା ଓ ରାଜ୍ୟର ଅନେକ ଅଞ୍ଚଳରୁ ଆସିଥିବା ଶିଳ୍ପୀ ନିଜନିଜ ଦ୍ରବ୍ୟର ବିପଣି ଖୋଲିଛନ୍ତି। କୁଇ ଆଦିବାସୀ ଲୋକନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଓଡିଶା ସମେତ ମହାରାଷ୍ଟ୍ର ଓ ଅନେକ ଅଞ୍ଚଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ କଳାକାର । ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ ଏହି ସାଂସ୍କୃତିକ ମହାକୁମ୍ଭ । ଉତ୍ସବରେ ଧାବିକା ଦୁତି ଚାନ୍ଦ, ଓଲିଉଡ ତାରକା ଅର୍ଚ୍ଚିତା ଓ ସବ୍ୟସାଚୀ ଯୋଗଦେଇଥିଲେ ।

ଆସନ୍ତା 5 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ପ୍ରତିଦିନ ରାଜ୍ୟର ଏକାଧିକ ମନ୍ତ୍ରୀ ଓ ଲୋକପ୍ରିୟ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details