ଓଡିଶା

odisha

ETV Bharat / state

ବାଲ୍ୟବିବାହ ମୁକ୍ତ ହେବ କନ୍ଧମାଳ, ୬ ବ୍ରାଣ୍ଡ ଆମ୍ବାସଡରଙ୍କୁ ନିଯୁକ୍ତି - ବାଲ୍ୟବିବାହ

କନ୍ଧମାଳ ଜିଲ୍ଲାରେ ବାରମ୍ବାର ବାଲ୍ୟବିବାହ ରିପୋର୍ଟ ହେଉଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନୂଆ ପଦକ୍ଷେପ । ୬ ଜଣ ବ୍ରାଣ୍ଡ ଆମ୍ବାସଡରଙ୍କୁ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୩ ମାସରେ ୧୦୦୦ ଗାଁ ରହିଛି ଟାର୍ଗେଟରେ। ଅଧିକ ପଢନ୍ତୁ...

ବାଲ୍ୟବିବାହ ମୁକ୍ତ ହେବ କନ୍ଧମାଳ, ୬ ଜଣଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି
ବାଲ୍ୟବିବାହ ମୁକ୍ତ ହେବ କନ୍ଧମାଳ, ୬ ଜଣଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି

By

Published : Mar 10, 2021, 1:29 PM IST

Updated : Mar 10, 2021, 1:37 PM IST

କନ୍ଧମାଳ: ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି। ତେବେ କନ୍ଧମାଳ ଜିଲ୍ଲାରେ ବାରମ୍ବାର ବାଲ୍ୟବିବାହ ରିପୋର୍ଟ ହେଉଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନୂଆ ପଦକ୍ଷେପ । ୬ ଜଣ ବ୍ରାଣ୍ଡ ଆମ୍ବାସଡରଙ୍କୁ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ । ବାଲ୍ୟବିବାହ ରୂପକ ଅନ୍ଧକାର ଗଳିରୁ ଦିନେ ଏମାନେ ବି ସଂଘର୍ଷ କରି ମୁକ୍ତି ପାଇଥିଲେ। ଏହା ସହିତ ୨୯୮ ଟି ଗାଁକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।

ବାଲ୍ୟବିବାହ ମୁକ୍ତ ହେବ କନ୍ଧମାଳ, ୬ ଜଣଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି

ଆସନ୍ତା ୩ ମାସରେ ୧୦୦୦ ଗାଁ ରହିଛି ଟାର୍ଗେଟରେ। କନ୍ଧମାଳ ଜିଲ୍ଲାରେ ସଚେତନତାର ଅଭାବରୁ ବାରମ୍ବାର ବାଲ୍ୟବିବାହ ରିପୋର୍ଟ ହେଉଥିବା ବେଳେ ବିଭିନ୍ନ ସଙ୍ଗଠନ ଏ ନେଇ କାମ ମଧ୍ୟ କରୁଛନ୍ତି। ତେବେ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏବେ ପ୍ରଶାସନ ଅଣ୍ଟା ଭିଡିଛି। ଜିଲ୍ଲାରେ ପୂର୍ବରୁ ସାହସ କରି ବାଲ୍ୟବିବାହରୁ ମୁକ୍ତି ପାଇଥିବା ୬ ଜଣ ଯୁବତୀଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ। ସଚେତନତା ସହିତ ଏ ଦିଗରେ କାମ କରିବେ ଏହି ୬ ଜଣ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 10, 2021, 1:37 PM IST

ABOUT THE AUTHOR

...view details