ଓଡିଶା

odisha

ETV Bharat / state

କନ୍ଧମାଳ ଟିକାବାଲି ଟିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା - Tikabali TMC declared as a containment zone

କନ୍ଧମାଳ ଜିଲ୍ଲା ପ୍ରଶାସନ ଟିକାବାଲି ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏହି ଅଞ୍ଚଳରୁ କେହି ବାହାରକୁ କି ଭିତରକୁ ଯାଇ ପାରିବେ ନାହିଁ ।

kandhamal-tikabali-tmc-declared-as-a-containment-zone
କନ୍ଧମାଳ ଟିକାବାଲି ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

By

Published : May 23, 2020, 7:23 PM IST

ଫୁଲବାଣୀ: ଜିଲ୍ଲାରେ ଆଜି ପୁଣି ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5କୁ ବୃଦ୍ଧି ପାଇଛି ଜିଲ୍ଲାର ପଜିଟିଭି ସଂଖ୍ୟା । ଫଳରେ ଜିଲ୍ଲା ପ୍ରଶାସନ ଟିକାବାଲି ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏହି ଅଞ୍ଚଳରୁ କେହି ବାହାରକୁ କି ଭିତରକୁ ଯାଇ ପାରିବେ ନାହିଁ ।

ତେଲେଙ୍ଗାନା ରାଜ୍ୟରୁ କନ୍ଧମାଳ ଜିଲ୍ଲାକୁ ଫେରିଥିବା 215 ଜଣ ପ୍ରବାସୀଙ୍କ ମଧ୍ୟରୁ 2 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନେ ଟିକାବାଲି ହାଇସ୍କୁଲ ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମସି)ରେ ରହୁଥିଲେ ଏବଂ ତେଲେଙ୍ଗାନାରୁ ମେ 14ରେ ଫେରିଥିଲେ । ଆକ୍ରାନ୍ତଙ୍କ ଉଭୟ ପୁରୁଷ ଏବଂ ବୟସ 21 ଓ 50 ବର୍ଷ ବୋଲି ସୂଚନା ଦିଆଯାଇଛି । ସେମାନଙ୍କୁ କିମସ୍ ଭୁବନେଶ୍ବର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା 2253 ଜଣ ପ୍ରବାସୀଙ୍କ ମଧ୍ୟରୁ 214 ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ଚିହ୍ନଟ ହୋଇନଥିବାରୁ ହୋମ କ୍ବାରେଣ୍ଟାଇନ ପାଇଁ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ।

ଶୁକ୍ରବାର ସୁଦ୍ଧା ପଠାଯାଇଥିବା 1398 ନମୁନା ମଧ୍ୟରୁ 944 ଟି ରିପୋର୍ଟ ଆସିଛି । ସେଥିମଧ୍ୟରୁ 5ଟି ପିଜିଟିଭ ଏବଂ 939 ଟି ନେଗେଟିଭ୍‌ ବୋଲି ଜଣାପଡିଛି । ଏହି ଟିଏମସିରୁ ହିଁ ମୋଟ 3 ଜଣ ପଜିଟିଭ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details