ଫୁଲବାଣୀ:ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ କ.ନୂଆଗାଁ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେବ । କନ୍ଧମାଳ ଜିଲ୍ଲାରେ ମଧ୍ୟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ବାଲିଗୁଡ଼ା ବ୍ଳକର ୩୫ହଜାର ୧୩୬ ଓ କେ.ନୂଆଗାଁ ବ୍ଳକର ୪୪୬୦୮ ଭୋଟର ମତ ସାବ୍ୟସ୍ତ କରିବେ । ବାଲିଗୁଡ଼ା ବ୍ଳକରେ ୧୪ଟି ପଞ୍ଚାୟତର ୧୮୩ ଓ କେ.ନୂଆଗାଁ ବ୍ଲକର ୧୭୭ ୱ।ର୍ଡ ରହିଛି ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରେ ମାଓ ଅଧ୍ୟୁଷିତ ଦୁର୍ଗମ ବ୍ଲକ ଭାବରେ ପରିଚିତ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଳକରେ ୨ଟି ଜିଲା ପରିଷଦ ଜୋନ ପାଇଁ ହେବ ଭୋଟ ଗ୍ରହଣ ପ୍ରକ୍ରିୟା । କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତର ୧୮୨ ୱ୲ର୍ଡ ଥିବାବେଳେ, ତୁମୁଡିବନ୍ଧ ବ୍ଲକର ୧୧ଟି ପଞ୍ଚାୟତର ୧୩୯ ୱ।ର୍ଡ ରହିଛି । ସେହିପରି କୋଟଗଡ଼ ବ୍ଳକରେ ୩୨ ହଜାର ୨୪ ଓ ତୁମୁଡିବନ୍ଧ ବ୍ଲକରେ ୩୦ ହଜାର ୯୭୧ ଭୋଟର ମତଦାନ କରିବେ ।
ତୃତୀୟ ପର୍ଯ୍ୟାୟ ଫେବ୍ରୁଆରୀ ୨୦ରେ ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡ଼ା ୩ଟି ବ୍ଳକରେ ୫ଟି ଜିଲ୍ଲା ପରିଷଦ ଜୋନ୍ରେ ନିର୍ବାଚନ ହେବ । ଫୁଲବାଣୀ ବ୍ଳକ୍ରେ ୧୧ଟି ପଞ୍ଚାୟତ ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୨୪ ଓ ଖଜୁରୀପଡ଼ା ବ୍ଳକରେ ୧୪ଟି ପଞ୍ଚାୟତ ରହିଛି । ଫୁଲବାଣୀ ବ୍ଳକରେ ୨୯ ହଜାର ୧୮୩ ଭୋଟର ଥିବାବେଳେ ଫିରିଙ୍ଗିଆ ବ୍ଳକରେ ୫୮ ହଜାର ୯୬୫ ଓ ଖଜୁରୀପଡ଼ା ବ୍ଲକ୍ରେ ୩୮ ହଜାର ୪୫୩ ଜଣ ଭୋଟର ଅଛନ୍ତି ।