ଓଡିଶା

odisha

କନ୍ଧମାଳରେ ଚତୁର୍ଥ ଦିଶା କମିଟି ବୈଠକ, ପାନୀୟ ଜଳ ଯୋଗାଣକୁ ଅଧିକ ଗୁରୁତ୍ବ

By ETV Bharat Odisha Team

Published : Sep 10, 2023, 1:00 PM IST

କନ୍ଧମାଳ ଏମ୍‌ପି ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି ଚତୁର୍ଥ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାନୀୟ ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ଅଧିକ ପଢନ୍ତୁ

Kandhamal MP Dr Achyuta Samanta
Kandhamal MP Dr Achyuta Samanta

Kandhamal MP Dr Achyuta Samanta

ଫୁଲବାଣୀ: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି ଚତୁର୍ଥ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଏମ୍‌ପି ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଯାଇଛି । ଏହି ବୈଠକରେ ପାନୀୟ ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ।

ତେବେ ବୈଠକରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଲୋକଙ୍କୁ ଜଳ ଯୋଗାଣ କରିବାକୁ RWSSର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଆବଶ୍ୟକ ପଡିଲେ ଜିଲ୍ଲାପାଳ ମଧ୍ୟ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଥିବା ଅସଂପୂର୍ଣ୍ଣ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବାଲିଗୁଡା ଏବଂ ଫୁଲବାଣୀ ଆରଡି ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ତଥା ଜନ ପ୍ରତିନିଧିମାନେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ସେଗୁଡ଼ିକୁ ଗୁରୁତ୍ୱ ଦିଆଯିବା ସହିତ ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଏମ୍‌ପି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟପଟେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଆଲୋଚନା କରିଥିଲେ । ଯେପରିକି ଜଳଯୋଗାଣ, ରାସ୍ତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟୁତିକରଣ ଓ ଅନ୍ୟାନ୍ୟ ବିଭାଗର ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଜିଲ୍ଲାରେ ପାନୀୟ ଜଳ ପାଇଁ ୫ ଟି ମେଗା ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ୮୪୩ଟି ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିବ । ସେଥିମଧ୍ୟରୁ ବାଲିଗୁଡ଼ା ବ୍ଲକରେ ହେଉଥିବା ପ୍ରକଳ୍ପ ଦ୍ୱାରା ୧୪ ଟି ପଞ୍ଚାୟତର ୧୭୭ଟି ଗ୍ରାମ, ଟିକାବାଲି ବ୍ଲକରେ ୧୧ଟି ପଞ୍ଚାୟତର ୧୦୧ଟି ଗ୍ରାମ, କ. ନୂଆଗାଁ ପ୍ରକଳ୍ପ ଦ୍ୱାରା ୬ ଟି ପଞ୍ଚାୟତର ୮୨ଟି ଗ୍ରାମ, ଖଜୁରୀପଡ଼ା ବ୍ଲକର ୧୩ଟି ପଂଚାୟତ, ଫୁଲବାଣୀ ବ୍ଲକର ୧୧ ଟି ପଂଚାୟତ, ଫିରିଙ୍ଗିଆ ବ୍ଲକର ୧୨ଟି ପଂଚାୟତ ଓ ଚକାପାଦ ବ୍ଲକର ୫ଟି ପଂଚାୟତର ୪୭୨ଟି ଗ୍ରାମର ଲୋକେ ଏହି ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ପାଇବେ ।

ଏହା ମଧ୍ୟ ପଢନ୍ତୁ- ସଚିବସ୍ତରୀୟ ବୈଠକ: DMF-OMBADC ପାଣ୍ଠିରେ ଭିତ୍ତିଭୂମି ଓ ଜୀବିକା ନିର୍ବାହ ପ୍ରକଳ୍ପକୁ ଗୁରୁତ୍ୱ

ସେହିପରି ୫ମ ମେଗା ପ୍ରକଳ୍ପ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଓ କନ୍ଧମାଳର ଦାରିଙ୍ଗିବାଡ଼ି ବ୍ଲକର ୨ ଟି ପଞ୍ଚାୟତର ୧୧ଟି ଗ୍ରାମବାସୀ ଏହା ଦ୍ୱାରା ଉପକୃତ ହେବେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩୭ କୋଟି ୯୨ ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୫୩ ଲକ୍ଷ ୨୦ ହଜାର ୯୮୮ଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ବୋଲି ବୈଠକରେ ସୂଚନା ଦିଆ ଯାଇଥିଲା । ସେହିପରି ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଓ ଉଦୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ସବୁ ଅଞ୍ଚଳକୁ ବିଦ୍ୟୁତିକରଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details