ଓଡିଶା

odisha

ETV Bharat / state

କୋରୋନା କଟକଣା: ସରକାରୀ ସହାୟତା ଲୋଡିଲା କନ୍ଧମାଳର ମୋଟର ସଂଘ - ଲକଡାଉନ

କନ୍ଧମାଳ ଜିଲ୍ଲାର ଶହ ଶହ ଡ୍ରାଇଭରଙ୍କ ପେଟ ପାଟଣା ଉପରେ ପଡିଛି କୋରୋନା ମାଡ । ଦୀର୍ଘ 2 ମାସ ଧରି ଗାଡି ଚଳାଚଳା ବନ୍ଦ ପଡିବା ପରିବାର ଚଳାଇବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ମୋଟର ସଂଘ । ଅଧିକ ପଢନ୍ତୁ...

ସରକାରୀ ସହାୟତା ଲୋଡିଲା କନ୍ଧମାଳର ମୋଟର ସଂଘ
ସରକାରୀ ସହାୟତା ଲୋଡିଲା କନ୍ଧମାଳର ମୋଟର ସଂଘ

By

Published : May 15, 2020, 11:13 AM IST

ଫୁଲବାଣୀ: ଲକଡାଉନରେ ଠପ୍‌ ହୋଇପଡିଛି ଗାଡି ଚଳାଚଳ । କୋରୋନା କଟକଣା ବୁଡାଇଛି ରୋଜଗାର । କନ୍ଧମାଳ ଜିଲ୍ଲାର ଶହ ଶହ ଡ୍ରାଇଭରଙ୍କ ପେଟ ପାଟଣା ଉପରେ ପଡିଛି କୋରୋନା ମାଡ । ଦୀର୍ଘ 2 ମାସ ଧରି ଗାଡି ଚଳାଚଳା ବନ୍ଦ ପଡିଥିବାରୁ ଗାଡି ମାଲିକ ବି ଟଙ୍କା ଦେବା ବନ୍ଦ କରିଛି । ଜିଲ୍ଲାର ଅନ୍ୟ କେତେକ ଛୋଟମୋଟ ବ୍ୟବସାୟୀ ଗୁଜୁରାଣ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି ।

କୋରୋନା କଟକଣା

ଦିନେ ନୁହେଁ କି 2 ଦିନ ନୁହେଁ । ଦୀର୍ଘ 2 ମାସ ହେବ ରୋଜଗାର ନାହିଁ । ସଞ୍ଚିତ ଅର୍ଥ ବି ଏତେ ନାହିଁ ଯେ, 6 ମାସ ଘରେ ବସି ରହିଲେ ବି ଚଳି ଯିବ । ଯାହା ଯେତିକି ଥିଲା ଏବେ ତାହା ସରିବା ଉପରେ । ଏପରି ସ୍ଥଳରେ ଜିଲ୍ଲାର ଶହ ଶହ ଡ୍ରାଇଭର ସରକାରଙ୍କୁ ସହାୟତା ଲୋଡିଛନ୍ତି । ଏନେଇ ଜିଲ୍ଲା ମୋଟର ଚାଳକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲା ପରିବହନ ଅଧିକାରୀଙ୍କୁ ଭେଟି ଗୁହାରି କରିଛନ୍ତି।

ସରକାର ବିଭିନ୍ନ ବର୍ଗକୁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ହେଲେ ସେମାନଙ୍କୁ ଆଡ ଆଖିରେ ଚାହୁଁନଥିବା ସେମାନେ ଅଭିଯୋଗ କରିଛନ୍ତି । ରୋଜଗାର ବନ୍ଦ ଯୋଗୁଁ ଏବେ ପରିବାର ପ୍ରତିପୋଷଣ କାଠିକର ପାଠ ହୋଇପଡିଛି । ତୁରନ୍ତ ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି । ଜିଲ୍ଲାର ଏପରି 500 ଡ୍ରାଇଭରଙ୍କ ଜୀବନ କୋରୋନା ପାଇଁ କଷ୍ଟକର ହୋଇପଡିଛି ବୋଲି ମୋଟର ସଂଘ କହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details