ଓଡିଶା

odisha

ETV Bharat / state

ଫିରିଙ୍ଗିଆ ଥାନା ପୋଡି ଘଟଣା, ଅଗଷ୍ଟ 28ରେ ପ୍ରତିବାଦ କରିବ କନ୍ଧମାଳ ମିଳିତ ମଞ୍ଚ

ଫିରିଙ୍ଗିଆରେ ଥାନା ପୋଡି ସମୟରେ ସାଧାରଣ ଲୋକଙ୍କ ଉପରେ ପୋଲିସର ଆକ୍ରମଣ । କନ୍ଧମାଳ ମିଳିତ ମଞ୍ଚର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

By

Published : Aug 19, 2023, 1:48 PM IST

Updated : Aug 19, 2023, 2:12 PM IST

phiringia police station
phiringia police station

phiringia police station

ଫୁଲବାଣୀ:ଫିରିଙ୍ଗିଆରେ ଥାନା ପୋଡି ସମୟରେ ସାଧାରଣ ଲୋକଙ୍କୁ ନିସ୍ତୁକ ମାଡ ମାରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ପ୍ରଶାସନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପୋଲିସ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଅଗଷ୍ଟ 28 ତାରିଖରେ ମଞ୍ଚ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଫିରିଙ୍ଗିଆ ଘଟଣାରେ ପୂର୍ବତନ ଥାନା ଅଧିକାରୀ ତପନ ନାହାକ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଚାଳକ, ଦୁଇ ହୋମଗାର୍ଡ଼ଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି । ତେଣୁ କନ୍ଧମାଳ ଏସଡ଼ିପିଓ, ଡ଼ିଏପି ଓ ଏସପିଙ୍କ ନାମରେ ମାମଲା ରୁଜୁ କରିବାକୁ ମିଳିତ ମଞ୍ଚର ଆବାହକ ଲମ୍ବଧର କହଁର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏହି ଘଟଣାରେ ଆଗାମୀ ଦିନରେ ବିରାଟ ପ୍ରତିବାଦ ଶୋଭାଯାତ୍ରା ସହ କରୋନେଶସ ପଡ଼ିଆ ଠାରେ ସଭା ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ-ଫିରିଙ୍ଗିଆ ଥାନା ପୋଡି ଘଟଣା: ୧୯ ଗିରଫ, ରମେଶ ପ୍ରଧାନ ନୂଆ IIC

ଫିରିଙ୍ଗିଆ ଥାନା ଅଧିକାରୀ ଓ ହୋମ ଗାର୍ଡ ପୋଲିସ ଗାଡ଼ିରେ ଗଞ୍ଜେଇ ବେପାର କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଜ଼ିଲ୍ଲା ଅଧିକାରୀ ଏହି ଘଟଣାରେ ହସ୍ତକ୍ଷେପ କରିନଥିଲେ । ଯାହା ଫଳରେ 7 ତାରିଖ ଦିନ ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜନସାଧାରଣ ଧାରଣାରେ ବସିଥିଲେ । କିନ୍ତୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କିମ୍ବା ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନ ନେବା କାରଣରୁ ଜନସାଧାରଣ ବାଧ୍ୟ ହୋଇ ଥାନା ପର୍ଯ୍ୟନ୍ତ ଯାଇଥିଲେ । ପୋଲିସ ପ୍ରଶାସନ ନିଜ ଦୋଷ ଘୋଡାଇବାକୁ ଯାଇ ଜନତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ପ୍ରକୃତ ଦୋଷୀ ବଦଳରେ ସାଧାରଣ ଜନତାଙ୍କୁ ମାଡ ମାରି କୋର୍ଟ ଚାଲାଣ କରୁଛି ବୋଲି ମିଳିତ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯାଉ ବୋଲି ମଞ୍ଚ ପକ୍ଷରୁ ଦାବି ହୋଇଛି।

ସୂଚନା ଅନୁଯାୟୀ, ଜଣେ ଗଞ୍ଜେଇ ବେପାରୀ ଗଞ୍ଜେଇ କିଣିବା ପାଇଁ ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଯାଇଥିଲା । ପୋଲିସ ଏକ ବୋଲେରୋରେ ସେଠାକୁ ଗଞ୍ଜେଇ ନେଇଥିଲା । ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଏବଂ ଗ୍ରାମବାସୀ ଅଟକ ରଖି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପରେ ସେମାନେ ସେହି ଭିଡିଓକୁ କନ୍ଧମାଳ ଏସ୍‌ପିଙ୍କ ପାଖକୁ ପଠାଇ ଥାନା ଆଇଆଇସି ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଞ୍ଜେଇ ଚୋରାଚାଲାଣ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଫିରିଙ୍ଗିଆ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ପରେ ଫିରିଙ୍ଗିଆ ଥାନା ଜାଳିଦେଇଥିଲେ ଉତ୍ତ୍ୟକ୍ତ ଲୋକେ ।

ଇଟିଭି ଭାରତ, କନ୍ଧମାଳ

Last Updated : Aug 19, 2023, 2:12 PM IST

ABOUT THE AUTHOR

...view details