ଫୁଲବାଣୀ: ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ ବର୍ଗର ଲୋକମାନେ ହାସଲ କରୁଥିବାରୁ ସେଗୁଡ଼ିକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୁଇ ସମାଜ ।
ଜାଲ ଜାତିଗତ ପ୍ରମାଣପତ୍ର ତଦନ୍ତ ଦାବି, ଜିଲ୍ଲାପାଳଙ୍କୁ କୁଇ ସମାଜର ଦାବିପତ୍ର - ଜାଲ ଜାତିଗତ ପ୍ରମାଣ ପତ୍ର ତଦନ୍ତ ପାଇଁ ଜିଲ୍ଲପାଳଙ୍କୁ କୁଇ ସମାଜର ଦାବିପତ୍ର
ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଧିକ ପଢନ୍ତୁ
ଜାଲ ଜାତିଗତ ପ୍ରମାଣ ପତ୍ର ତଦନ୍ତ ପାଇଁ ଜିଲ୍ଲପାଳଙ୍କୁ କୁଇ ସମାଜର ଦାବିପତ୍ର
ଆଗାମୀ ଦିନରେ ଯେଭଳି ଭାବେ ଅନ୍ୟ ବର୍ଗର ଲୋକମାନେ ଏହି ପ୍ରମାଣପତ୍ର ହାସଲ କରିପାରିବେ ନାହିଁ, ତାହାକୁ ଦୃଷ୍ଟିରେ ରଖି କୁଇ ସମାଜର ପ୍ରମାଣ ନେବା ପରେ ହିଁ ଆଦିବାସୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବାପାଇଁ ମଧ୍ୟ ଦାବିପତ୍ରରେ ଦାବି କରାଯାଇଛି । ଫୁଲବାଣୀ ବିଧାୟକ ସମେତ ସଭାପତି ସୁଦର୍ଶନ କହଁର, ସହ-ସମ୍ପାଦକ ଅଚ୍ୟୁତ ଯାନୀ, ଯୁବ ପରିଷଦ ସଦସ୍ୟ ଗୋଲୋକ ବିହାରୀ କହଁର ସହ ବହୁ ଆସିବାସୀ ନେତା ଓ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କନ୍ଧମାଳ