ଫୁଲବାଣୀ: ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । କନ୍ଧମାଳ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ଅନେକ କଟକଣା କୋହଳ କରାଯାଇଛି। ସକାଳ 6ଟାରୁ ଦିନ ଗୋଟାଏ ଯାଏଁ ବ୍ୟବସାୟ କରିବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଦୋକାନ ବନ୍ଦ ମଧ୍ୟ ରହୁଛି। ତେବେ ପନିପରିବା ଓ ଫଳ ବ୍ୟବସାୟୀ ଏହି ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଳ୍ପ ସମୟ ବଜାର ଖୋଲୁଥିବାରୁ ନଷ୍ଟ ହୋଇଯାଉଛି ଫଳ ଓ ପନିପରିବା ।
କଟକଣା କୋହଳ କରିବାକୁ ଦାବି କଲେ କନ୍ଧମାଳର ବ୍ୟବସାୟୀ - କଟକଣା କୋହଳ
ଗ୍ରୀନ ଜୋନରେ ରହିଛି କନ୍ଧମାଳ ଜିଲ୍ଲା । ତେବେ କଟକଣା ସେତେଟା କୋହଳ ହୋଇନାହିଁ । କେତେକ ନିର୍ଦ୍ଧିଷ୍ଟ ବ୍ୟବସାୟକୁ ଅଧିକ କୋହଳ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...
କଟକଣା କୋହଳ କରିବାକୁ ଦାବି କଲେ କନ୍ଧମାଳର ବ୍ୟବସାୟୀ
ଏଥିପାଇଁ ଅଧିକ ସମୟ ଫଳ ଓ ପନିପରିବା ବ୍ୟବସାୟକୁ ଅନୁମତି ଦେବାକୁ ଦାବି କରିଛନ୍ତି ବ୍ୟବସାୟୀ। ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଟିକାବାଲି, ଘୁ.ଉଦୟଗିରି ଆଦି ଛୋଟ ଛୋଟ ସହରର ଏହି ବ୍ୟବସାୟକୁ ଅଧିକ ସମୟ ଦେବାକୁ ଦାବି କରିଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ