ଓଡିଶା

odisha

ETV Bharat / state

ନିରାପଦରେ ଇଭିଏମ, CRPFର 24 ଘଣ୍ଟିଆ ପହରା

ଫନି ରାଜ୍ୟର ବିଭିନ୍ନ ସ୍ଥାନ ଛାରଖାର କରିଦେଇଥିବା ବେଳେ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡା ଷ୍ଟ୍ରଙ୍ଗରୁମ ଠାରେ ଥିବା ଇଭିଏମ ଗୁଡିକ ନିରାପଦରେ ରହିଛି ।

By

Published : May 4, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଫୁଲବାଣୀ: ଫନି ରାଜ୍ୟର ବିଭିନ୍ନ ସ୍ଥାନ ଛାରଖାର କରିଦେଇଥିବା ବେଳେ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡା ଷ୍ଟ୍ରଙ୍ଗରୁମ ଠାରେ ଥିବା ଇଭିଏମ ଗୁଡିକ ନିରାପଦରେ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଫୁଲବାଣୀ ସରକାରୀ ପଲିଟେକନିକ୍ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଫୁଲବାଣୀ ବିଧାନସଭା ଓ କନ୍ଧମାଳ ଲୋକସଭାର ଇଭିଏମ୍ ଗୁଡିକୁ ରଖାଯାଇଛି । ସେହିପରି ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍ରୁମରେ ବାଲିଗୁଡା ଓ ଘୁ.ଉଦୟଗିରି ବିଧାନସଭା ଆସନ ସହିତ କନ୍ଧମାଲ ଲୋକସଭା ଆସନର ଇଭିଏମ୍ ଗୁଡିକ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ।

ଷ୍ଟ୍ରଙ୍ଗରୁମ ବାହାରେ ସିଆରପିଏଫ 24 ଘଣ୍ଟିଆ ପହରା ଦେଉଥିବା ବେଳେ ସମସ୍ତ ଇଭିଏମ ସୁରକ୍ଷିତ ରହିଛି ଏବଂ ଝଡ ବାତ୍ୟା ଯୋଗୁଁ କୌଣସି ଅସୁବିଧା ହୋଇନାହିଁ ବୋଲି ଜିଲ୍ଲାପାଳ ତଥା କନ୍ଧମାଳ ଲୋକସଭା ଆସନର ରିଟର୍ଣ୍ଣିଂ ଅଧିକାରୀ ଡା.ବୃନ୍ଦା ଡି ସୂଚନା ଦେଇଛନ୍ତି ।

ବାତ୍ୟା ପୂର୍ବରୁ ପୂର୍ତ୍ତ ବିଭାଗ ତଦାରଖ କରିବା ପରେ ପ୍ରଥମ ମହଲାରେ ଥିବା ଇଭିଏମ ପାଇଁ ଅତିରିକ୍ତ ପଲିଥିନ୍ ଘୋଡାଯାଇଥିଲା । ଏହା ସହିତ କବାଟ ଝରକା ଓ ଅନ୍ୟ ସମସ୍ତ କୋଠରୀର ଯାଞ୍ଚ କରାଯାଇଥିଲା ବୋଲି ବୃନ୍ଦା କହିଛନ୍ତି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details