ଫୁଲବାଣୀ:କଣ୍ଟେନମେଣ୍ଟ ଜୋନ ହେଲା କନ୍ଧମାଳ ଜିଲ୍ଲା କୋର୍ଟ । କୋର୍ଟର ଦୁଇଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।
କନ୍ଧମାଳରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । ସୋମବାର ଜିଲ୍ଲାରେ 35ଜଣ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିରୁ ଜିଲ୍ଲା କୋର୍ଟରୁ ଦୁଇଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।