ଫୁଲବାଣୀ: ପୌର ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା । କନ୍ଧମାଳ ଜିଲ୍ଲାର ପୌର ପରିଷଦ ପାଇଁ କଂଗ୍ରେସର ପୌର ଅଧ୍ୟକ୍ଷ ପ୍ରାର୍ଥୀ ହେଲେ ସବିତା ମହାନ୍ତି । ଏଥିସହ କନ୍ଧମାଳ ଜିଲା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷ ଓ 13ଟି ପୌର ପରିଷଦର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ସେହିପରି ଫୁଲବାଣୀ ଜିଲ୍ଲା କଂଗ୍ରେସ ଜିଲା ସଭାପତି ଅନାମ ନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରା ଯାଇଥିଲା । ଫୁଲବାଣୀ ପୌର ପରିଷଦରେ ରହିଛି ଅନେକ ସମସ୍ୟା । ସହରରେ ରହିଥିବା ଲୋକଙ୍କ ପାଖରେ ସ୍ଥାୟୀ ପଟ୍ଟା ନଥିବାରୁ ଏମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ମୁଖ୍ୟ ମୁଦ୍ଦା ରହିବ ବୋଲି କଂଗ୍ରେସ କହିଛି ।