ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। 4 ତାରିଖ ଠାରୁ ଚଳିତ ମାସ 31 ତାରିଖ ଯାଏ ଏହି କଟକଣା ଲାଗୁକରାଯାଇଛି । କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଏହି ନିର୍ଦ୍ଦେଶନାମା ଜାରିକରିଛନ୍ତି । ଲକଡାଉନ ଘୋଷଣା ପରେ ଶୁକ୍ରବାର କିଣାକିଣିକୁ ନେଇ ବଜାରରେ ଗହଳି ରହିଥିଲା । କୋରୋନା ସଂକ୍ରମଣ ରୋକିବାକୁ ଏପରି ସଟଡାଉନ କରାଯାଇଛି।
ହ୍ବାଇଟ ଜୋନରେ କନ୍ଧମାଳ, ଶନିବାର ଓ ରବିବାର ସଟଡାଉନ - ହ୍ବାଇଟ ଜୋନରେ କନ୍ଧମାଳ
କନ୍ଧମାଳ ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି। 4 ତାରିଖ ଠାରୁ ଚଳିତ ମାସ 31 ତାରିଖ ଯାଏ ଏହି କଟକଣା ଲାଗୁକରାଯାଇଛି । ଅଧିକ ପଢନ୍ତୁ...
ହ୍ବାଇଟ ଜୋନରେ କନ୍ଧମାଳ, ଶନିବାର ଓ ରବିବାର ସଟଡାଉନ
ଅନ୍ୟପକ୍ଷରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ହ୍ବାଇଟ ଜୋନ ହୋଇଛି। ଜିଲ୍ଲାର ସମସ୍ତ 178 କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାକୁ ହ୍ବାଇଟ ଜୋନ ଘୋଷଣା କରାଯାଇଛି । ଜିଲ୍ଳାକୁ ଦଶ ହଜାର ପ୍ରବାସୀ ଫେରିଥିବା ବେଳେ ଏବେ ବି ଅନେକ ଟିଏମସିରେ ଅଛନ୍ତି। ଲକଡାଉନରେ କେବଳ ଜରୁରୀ ସେବା ଛଡା ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ