ଓଡିଶା

odisha

୧୦ ଦିନରେ କନ୍ଧମାଳରେ ୪୯ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

By

Published : Jan 11, 2022, 7:01 PM IST

କନ୍ଧମାଳରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଜିଲ୍ଲାରେ ୧୦ ଦିନରେ ସଂକ୍ରମିତ ସଂଖ୍ୟା ୫୦ ନିକଟତର ହୋଇଥିବାବେଳେ ୫ଟି ସ୍ଥାନକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

୧୦ ଦିନରେ କନ୍ଧମାଳରେ ୪୯ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ
୧୦ ଦିନରେ କନ୍ଧମାଳରେ ୪୯ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ଫୁଲବାଣୀ:ସାରା ରାଜ୍ୟରେ କୋରୋନାର ୩ୟ ଲହର ହୁ ହୁ ହୋଇ ମାଡ଼ି ଚାଲିଛି । ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ନିକଟତର ହୋଇଛି । ଜିଲ୍ଲାରେ ଗତ ୧୦ ଦିନରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ଟି ସ୍ଥାନକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଜିଲ୍ଲାର ଫୁଲବାଣୀରେ ଆଜି ସୁଦ୍ଧା ୨୦ ଜଣ ସଂକ୍ରମିତ ହୋଇଥିବାବେଳେ ଦାରିଙ୍ଗବାଡିର ୨ଜଣ, କୋଟଗଡରେ ୪ଜଣ, ରାଇକିଆ, ଟିକାବାଲି ଓ ଘୁ. ଉଦୟଗିରିରେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଫୁଲବାଣୀରେ ୫ଟି ସ୍ଥାନରେ କଣ୍ଟେନମେଣ୍ଟ କରାଯାଇଛି । ଫୁଲବାଣୀ ସହରର ପିଅନପଡ଼ା, ନାରାୟଣୀ ସାହି, କଲେଜ ଛକ, ଫୁଲବାଣୀ ସାହି ଓ କେନ୍ଦୁ ପଦର ଅଂଚଳର କିଛି ଜାଗାକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

୧୦ ଦିନରେ କନ୍ଧମାଳରେ ୪୯ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ଏହି ସ୍ଥାନଗୁଡ଼ିକର ପ୍ରବେଶ ପଥରେ ବାଉଁଶ ବାଡ଼ କରାଯାଇଛି । ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବର୍ତ୍ତମାନ ପୂର୍ବ ପରି ନିଜେ ସତର୍କ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ୍ୟ ସତର୍କ ଓ ସଚେତନତା କରିବା ଜରୁରୀ ହୋଇପଡିଛି । ୧୦ ଦିନ ମଧ୍ୟରେ କୋରୋନା ସଂକ୍ରମଣ ୫ ଗୁଣ ବଢିଥିବା ଦେଖିବାକୁ ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details