ଓଡିଶା

odisha

ETV Bharat / state

ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି କନ୍ଧମାଳର ଜିଲ୍ଲାପାଳ: ବିଜେପି - ମାଲକାନଗିରିରେ ପ୍ରାକ୍ ନିର୍ବାଚନୀ ହିଂସା

ଭଦ୍ରକ ପରେ ମାଲକାନଗିରିରେ ପ୍ରାକ୍ ନିର୍ବାଚନୀ ହିଂସା । କନ୍ଧମାଳ ଜିଳ୍ଳାପାଳଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି କନ୍ଧମାଳର ଜିଲ୍ଲାପାଳ : ବିଜେପି
ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି କନ୍ଧମାଳର ଜିଲ୍ଲାପାଳ : ବିଜେପି

By

Published : Feb 2, 2022, 10:35 PM IST

ଭୁବନେଶ୍ବର: ଭଦ୍ରକ ପରେ ମାଲକାନଗିରିରେ ପ୍ରାକ୍ ନିର୍ବାଚନୀ ହିଂସା ଏବଂ କନ୍ଧମାଳ ଜିଳ୍ଳାପଳଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି। 7 ବର୍ଷ ଧରି କନ୍ଧମାଳରେ ଜିଲ୍ଳାପାଳ ଅଛନ୍ତି ଡ଼ି ବୃନ୍ଦା । ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି । ସ୍ଥାନୀୟ ସାଂସଦଙ୍କ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ସ୍ଵାମୀ ଚାକିରୀ କରିଥିବାରୁ ଶାସକ ଦଳକୁ ସହଯୋଗ କରୁଛନ୍ତି। ତେଣୁ ତୁରନ୍ତ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବାକୁ ଦାବି କଲା ବିଜେପି।

ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି କନ୍ଧମାଳର ଜିଲ୍ଲାପାଳ : ବିଜେପି

ଏହା ସହ 31 ତାରିଖ ସକାଳେ ମାଲକାନାଗିରି 2 ନଂ ଜୋନ ବିଜେପି ଜିଲ୍ଳା ପରିଷଦ ପ୍ରାର୍ଥୀ ପ୍ରଦୀପ ମାଡକାମୀଙ୍କୁ କିଛି ଦୁର୍ବୁତ୍ତ ଅପହରଣ କରି ଜଙ୍ଗଲ ଭିତରକୁ ନେଇ ମାଡ ମାରିଥିଲେ ଏବଂ ନିର୍ବାଚନର ଓହରିବାକୁ ଧମକାଇଛନ୍ତି । 21 ତାରିଖରେ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ହତ୍ୟା ଧମକ ଦେଇଥିଲେ। ଏ ଘଟଣା ସଂପର୍କରେ ଆୟୋଗଙ୍କୁ ଅବଗତ କରାଇବା ସହ 31 ତାରିଖରେ ଭଦ୍ରକ ଯୁବ ବିଜେପି ନେତା ସୁବାଶିସ ଗିରିଙ୍କୁ ବିଜେଡ଼ି ସରପଞ୍ଚ ପ୍ରାର୍ଥୀ ହତ୍ୟା ଅଭିଯୋଗ ଏବଂ ବାଲିମେଳା ରୀନା କାବାସିଙ୍କୁ ଅପହରଣ ମାମଲାରେ ଅଭିଯୁକ୍ତ ହୋମଗାର୍ଡ଼ ସୁଧୀର ସ୍ବାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ଅଭିଯୋଗ କରିଛି ବିଜେପି।

ନିର୍ବାଚନ ହାରିବା ଭୟରେ ବିଜେଡ଼ି ରକ୍ତମୁଖା ହୋଇଥିବା ଅଭିଯୋଗ କଲା ବିଜେପି। ବିଜେଡ଼ି ତାର ରକ୍ତ ମୁଖା ଚରିତ୍ର ଦେଖାଇବ ବନ୍ଦ କରୁ ଏବଂ ପୋଲିସ ଓ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନ ନେଲେ ପରିସ୍ଥିତି ଭୟଙ୍କର ହେବ। ଅବାଧ ଓ ହିଂସା ମୁକ୍ତ ନିର୍ବାଚନ ପାଇଁ ଆୟୋଗ ହସ୍ତକ୍ଷେପ କରନ୍ତୁ ବୋଲି କହିଲା ବିଜେପି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details