ଫୁଲବାଣୀ: ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନକୁ ଚଳିତ ବର୍ଷ ମଞ୍ଜୁରୀ ଦେଇଛି କେନ୍ଦ୍ର। ବଜେଟରେ ଏନେଇ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଖୁସି ବ୍ୟକ୍ତ କରୁଛନ୍ତି ଲୋକେ। କନ୍ଧମାଳ ବିଜେପି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛି।
ଦୀର୍ଘ 70 ବର୍ଷ ପରେ ମଧ୍ୟ କୌଣସି ସରକାର ଏହି ରେଳ ଲାଇନ ପାଇଁ ଚିନ୍ତା କରି ନଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ରେଳ ସଂଯୋଗ କରିବା ସହିତ 5ଟି ଜିଲ୍ଳାକୁ ଯୋଡିବାକୁ ନୂଆ ରେଳ ଲାଇନ ଘୋଷଣା କରିଛନ୍ତି। ଏହାଦ୍ବାରା କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ସୋନପୁର ଆଦି ଜିଲ୍ଳାକୁ ସିଧାସଳଖ ରେଳ ସଂଯୋଗ ହେବ।