ଫୁଲବାଣୀ: ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ପ୍ରତିବାଦ ହେଉଛି । ବୁଧବାର କନ୍ଧମାଳ ମହିଳାଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଗାଦିକୁ ଆସିବ ବେଳେ ଗ୍ୟାସ ତୈଳ ଦରକୁ କମାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବଢି ଚାଲିଛି । ଯାହା ଫଳରେ ସାଧାରଣ ଗରିବ ପରିବାର ଉପରେ ଅଧିକ ଆର୍ଥିକ ଚାପ ପଡୁଛି ।
Gas Price Hike; ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ BJDର ଧାରଣା
ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ କନ୍ଧମାଳ ମହିଳାଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଧାରଣ
ଗ୍ୟାସ ଦର ତୁରନ୍ତ କମ କରିବାକୁ ବିଜେଡି ଦାବି କରିଛି । ତାହା ନହେଲେ ଆଗାମୀ ଦିନରେ କେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଯୁବ ବିଜେଡ଼ି ଜିଲ୍ଲା ସଭାପତି ବିଷ୍ଣୁ ମଲ୍ଲିକ ଓ ଜିଲ୍ଲା ଛାତ ବିଜେଡ଼ି ସଭାପତି ସୁନିଲ ସେଠୀ କହିଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ କହିଛନ୍ତି, କେନ୍ଦ୍ର ସରକାର ପେଟୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦର ଯଦି ନକମାନ୍ତି ତା’ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ