ଫୁଲବାଣୀ: ଆତ୍ମନିର୍ଭରଶୀଳର ଅନନ୍ୟ ଉଦାହରଣ କାଳୀ ପ୍ରସନ୍ନ ବେହେରା । କେବଳ ଆତ୍ମନିର୍ଭରଶୀଳ ନୁହେଁ କିଛି ପରିବାରକୁ ଦେଇଛନ୍ତି ନିଯୁକ୍ତି । ମାତ୍ର ଦୁଇଟି ଗାଇରୁ ଆରମ୍ଭ କରିଥିବା ରୋଜଗାର ପନ୍ଥା ଇତି ମଧ୍ୟରେ ବେଶ ଆଗକୁ ବଢ଼ିଲାଣି । ଏବେ ଫାର୍ମ କରି 57ଟି ଗାଇ ବାଛୁରୀ ରଖିଛନ୍ତି । ଧବଳେଶ୍ୱରୀ ଗୋ ଆଶ୍ରମ ବା ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜର ୪ ଭାଇ ଏବଂ ବାହାରର ୩ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଚାକିରି ପଛରେ ନ ଗୋଡାଇ ନିଜ କୌଳିକ ବୃତ୍ତିକୁ ଆପଣାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାଳୀ । ନିଜର ନିଷ୍ଠା ଏବଂ ଉଦ୍ୟମ ଯୋଗୁ ରାଜ୍ୟ ଏବଂ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମଧ୍ୟ ପ୍ରମାଣପତ୍ର ଏବଂ ପୁରସ୍କାର ପାଇଛନ୍ତି ।
ତେବେ କାଳି ପ୍ରସନ୍ନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରକୁ ୧୯୯୨ ମସିହାରେ ଆସିଥିଲେ । କାଳିଙ୍କ ଖୁଡୀ ନବୋଦୟରେ ଶିକ୍ଷୟିତ୍ରୀ ଥିଲେ । ସେ ଦୁଇଟି ଗାଇ ରଖିଥିଲେ । କାଳି ଅଧିକ ପାଠ ପଢ଼ି ନଥିବାରୁ ଜଗତସିଂହପୁର ଜିଲ୍ଲାରୁ ଆସି ଫୁଲବାଣୀରେ ଦାଦା ଖୁଡିଙ୍କ ପାଖରେ ରହିଥିଲେ । ସେଠାରେ ସେ ଘର କାମ ବୁଝିବା ସହ ଗାଇ କାମ କରୁଥିଲେ । ଏହିଠାରୁ ଦୁଗ୍ଧ ବ୍ୟବସାୟ ପ୍ରତି ତାଙ୍କର ମନ ବଳିଥିଲା । ସମୟକ୍ରମେ ଖୁଡିଙ୍କର ଅନ୍ୟତ୍ର ବଦଳୀ ହୋଇଗଲା । ଦାଦା ଖୁଡି ନୂତନ କର୍ମସ୍ଥାନକୁ ଚାଲିଗଲେ । ହେଲେ କାଳୀ ଆଉ ନଯାଇ ଏହିଠାରେ ରହିଲେ । ଦାଦା ଖୁଡି ତାଙ୍କୁ ଉପହାର ସ୍ୱରୁପ ଗାଇ ବାଛୁରୀ ଦେଇ ଯାଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା କାଳୀଙ୍କ ଦୁଗ୍ଧ ବ୍ୟବସାୟର ଯାତ୍ରା । ତେବ ୧୯୯୭ରେ ପ୍ରଥମ କରି ଆରମ୍ଭ କରିଥିଲେ ଧବଳଶ୍ରୀ ଗୋ ଆଶ୍ରମ । ଏବେ ସେଠାରେ ଗାଇ ବାଛୁରୀଙ୍କ ସଂଖ୍ୟା ମିଶି 57 ରେ ପହଞ୍ଚିଛି । ଫୁଲବାଣୀ ସହରରେ ଧବଳେଶ୍ୱରୀ ଫାର୍ମ କ୍ଷୀରର ବେସ ଚାହିଦା ରହିଛି। । ସହରର ପ୍ରାୟ ଅଧିକାଂଶ ଲୋକଙ୍କ ଘରକୁ କାଳୀ କ୍ଷୀର ଯୋଗାଉଛନ୍ତି ।
ଏହା ମଧ୍ୟ ପଡ଼ନ୍ତୁ....ରୋଜଗାର ଦେଲା ମାଣ୍ଡିଆ, ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା