ଫୁଲବାଣୀ: ବହୁ ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଉପରମୁହାଁ ହୋଇଛି ସଂକ୍ରମଣ । ଅନ୍ୟାନ୍ୟ ଜିଲ୍ଲା ଗୁଡିକ ଭଳି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପଜିଟିଭ ମାମଲା ବୃଦ୍ଧି ପାଉଛି । ଏପରି ସ୍ଥିତିରେ ନିଜେ ସତର୍କ ରହିବା ସହ ଲୋକଙ୍କ ସତର୍କ କରିବା ଏବଂ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ନିଆରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଜିଲ୍ଲାର ମାଦିକୁନ୍ଦା ଛକ ଠାରେ ସ୍ବେଚ୍ଛାସେବୀ ସଙ୍ଗଠନ ଟିମ୍ ହ୍ୟୁମାନିଟି ପକ୍ଷରୁ କୋରୋନା ଚିତ୍ରିତ ପୋଷାକ ପରିଧାନ ସହ ରଙ୍ଗବେରଙ୍ଗ ବେଶ ହୋଇ ଲୋକଙ୍କୁ ନିଆରା ଭାବରେ ସଚେତନ କରାଯାଇଛି ।
Covid Scare: ରଙ୍ଗବେରଙ୍ଗ ବେଶରେ କନ୍ଧମାଳରେ କୋଭିଡ ସଚେତନତା - କଳାହାଣ୍ଡିରେ କୋଭିଡ ସଚେତନତା
କନ୍ଧମାଳରେ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ପୂର୍ବଭଳି ସତର୍କ ଓ ସଚେତନ ରହିବାକୁ ରଙ୍ଗବେରଙ୍ଗ ବେଶଭୂଷା ଧାରଣ କରି ଲୋକଙ୍କୁ ସଚେତନ କଲେ ସ୍ବେଚ୍ଛାସେବୀ ସଙ୍ଗଠନ । ଅଧିକ ପଢନ୍ତୁ
Covid Scare: ରଙ୍ଗବେରଙ୍ଗ ବେଶରେ କନ୍ଧମାଳରେ କୋଭିଡ ସଚେତନତା
କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଆଜି(ମଙ୍ଗଳବାର) ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନା IIC ସୁଶାନ୍ତ ସେଠୀ, ଟାଉନ ଥାନା କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଫୁଲବାଣୀ ସହରରେ ବୁଲି ବୁଲି ସାଧାରଣ ଲୋକ ଓ ଗାଡି ଚାଳକମାନଙ୍କୁ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଯାଇଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ