ଓଡିଶା

odisha

ETV Bharat / state

କାଳିପ୍ରସାଦ ମଲିକଙ୍କ ସମିତି ସଭ୍ୟ ପଦ ଅଯୋଗ୍ୟ କହିଲେ ସିଭିଲ ଜର୍ଜ କୋର୍ଟ - କାଳିପ୍ରସାଦ ମଲିକଙ୍କ ସମିତି ସଭ୍ୟ ପଦ ଅଯୋଗ୍ୟ

ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢିଥିବା ମାମଲା । ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜର୍ଜ କୋର୍ଟ । ଅଧିକ ପଢନ୍ତୁ

କାଳିପ୍ରସାଦ ମଲିକ
କାଳିପ୍ରସାଦ ମଲିକ

By

Published : Dec 15, 2022, 5:29 PM IST

ଫୁଲବାଣୀ: ଦାରିଙ୍ଗବାଡି ସମିତି ସଭ୍ୟ ପଦ ଅଯୋଗ୍ୟ ବିଚାର କଲେ ବାଲିଗୁଡା ସିନିୟର ସିଭିଲ ଜର୍ଜ କୋର୍ଟ । ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ଚଳିତ ନିର୍ବାଚନରେ ଭୁଲ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିଲେ । ଏନେଇ ବାଲିଗୁଡା ସିନିୟର ସିଭିଲ ଜର୍ଜ ଦିପଙ୍କର ପଟ୍ଟନାୟକ ମାମଲାର ବିଚାର କରି ସମିତି ସଭ୍ୟ କାଳିପ୍ରସାଦଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୁମ୍ବାଇ ଫେରିଲା ଗୋଆ ଯାଉଥିବା ଗୋ ଫାଷ୍ଟ ବିମାନ

ସୂଚନାଅନୁସାରେ, ଚଳିତ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡି ସମିତି ସଭ୍ୟ କାଳିପ୍ରସାଦ ମଲିକ ପରିବାରର ସଦସ୍ୟକୁ ନେଇ ଭୁଲ ତଥ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇ ନିର୍ବାଚନ ଲଢି ଜିତିଥିଲେ । ଏନେଇ ଚକ୍ରଧର ମଲିକ ନାମକ ଜଣେ ବ୍ୟକ୍ତି ସମିତି ସଭ୍ୟ କାଳିପ୍ରସାଦ ମଲିକଙ୍କ ୨ଟି ସ୍ତ୍ରୀ ଓ ୫ଟି ସନ୍ତାନ ଥିବା ନେଇ ମାର୍ଚ୍ଚ ୨୦୨୨ ରେ ବାଲିଗୁଡା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଚଳିତ ମାସ ୭ ତାରିଖରେ କୋର୍ଟ ବିଚାର କରି ସମିତି ସଭ୍ୟ କାଳି ପ୍ରସାଦ ମିଥ୍ୟ ସତ୍ୟପାଠ ଦେଇ ନିର୍ବାଚନ ଲଢି ଜିତିଥିବାରୁ ତାଙ୍କୁ ଅଯୋଗ୍ୟ ବୋଲି ରାୟ ଶୁଣାଇଛନ୍ତି ।

୧୯୯୪ ପଞ୍ଚାୟତ ସମିତି (ସଂସୋଧନ) ୪୫(ୟୁ) ଅନୁଯାୟ ଜଣେ ସମିତି ସଭ୍ୟ ଗୋଟିଏ ସ୍ତ୍ରୀ ଓ ଅତିବେଶିରେ ୨ ଟି ସନ୍ତାନ ଥିବା ବ୍ୟକ୍ତି ହିଁ ନିର୍ବାଚନ ଲଢି ପାରିବ । ଏହି ଆଇନ ମୁତାବକ କାଳୀପ୍ରସାଦଙ୍କ ବିରୋଧରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ସିନିୟର ସିଭିଲ ଜଜ ଦୀପଙ୍କର ପଟ୍ଟନାୟକ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ଏନେଇ ଚକ୍ରଧର ମଲିକଙ୍କ ଓକିଲ ଜ୍ୟୋତିସେନ ପରିଛା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details