ଫୁଲବାଣୀ: ଜିଲ୍ଲାର ଅତ୍ୟନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରଥମ ଥର ପାଇଁ ଜନ ସମ୍ପର୍କ ଶିବିର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁରଠାରେ ଜିଲ୍ଲା ପ୍ରଶାସନ ଆୟୋଜନ କରିଛି ଏହି ଶିବିର । ବହୁ ସଂଖ୍ୟାରେ ଲୋକ ଏହି ଶିବିରକୁ ଆସି ଉପକୃତ ହୋଇଛନ୍ତି ।
ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆୟୋଜନ - କନ୍ଧମାଳରେ ଜନ ସମ୍ପର୍କ ଶିବିର
ଜିଲ୍ଲାର ଅତ୍ୟନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରଥମ ଥର ପାଇଁ ଜନ ସମ୍ପର୍କ ଶିବିର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆଯୋଜନ
ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜନ ସମ୍ପର୍କ ଶିବିରର ସଫଳ ଆଯୋଜନ
14ଟି ଏସଏଚଜିକୁ ଦେଢ ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ ଲୋନ ପ୍ରଦାନ କରାଯାଇଥିବା ବେଳେ 12ଟି ଗ୍ରୁପକୁ 50 ହଜାରର ବିନିଯୋଗ ପାଣ୍ଠି,14 ଜଣଙ୍କୁ ନୂଆ ପେନସନ, 8 ଜଣଙ୍କୁ ହ୍ବିଲ୍ ଚେୟାର, ଦୁଇ ଦୁଇଟି ଲେଖାଏଁ ଅଙ୍ଗନୱାଡିକୁ ଗ୍ୟାସ ଚୁଲା ଓ ଚେଆର ଟେବୁଲ ସହିତ 148 ଜଣଙ୍କୁ ଲେବର୍ କାର୍ଡ ପ୍ରଦାନ କରାଯାଇଛି। ଏଥିସହ 5ଟି ପଞ୍ଚାୟତର ଲୋକେ ଏହି ଶିବିରରେ ଉପସ୍ଥିତ ରହି ନିଜ ଅଞ୍ଚଳର ସମସ୍ୟା ମଧ୍ୟ କହିଥିଲେ । ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ସମେତ ସିଆରପିଏଫ ଅଧିକାରୀ ମଧ୍ୟ ଏହି ଜନ ସମ୍ପର୍କ ଶିବିରରେ ଯୋଗ ଦେଇଥିଲେ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ