ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରୁ ଇସ୍ରୋ ଶ୍ରୀହରିକୋଟାରେ ବୈଜ୍ଞାନିକ ହୋଇଥିବା ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକଙ୍କ ଖବର ଇଟିଭି ଭାରତରେ ପ୍ରଥମେ ପ୍ରସାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ ସାଂସଦ ମଧ୍ୟ ତାଙ୍କର ଦୃଢ ମନୋବଳ ଓ ସଂକଳ୍ପକୁ ପ୍ରଶଂସା କରିଛନ୍ତି ।
'ସଫଳତା ପରେ ନିଜ ଗାଁରେ ସମ୍ମାନିତ ହେବା ଅନୁଭୂତି ସର୍ବଦା ନିଆରା' - ବୈଜ୍ଞାନିକ ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ
କନ୍ଧମାଳ ଜିଲ୍ଲାର ଇସ୍ରୋ ଶ୍ରୀହରିକୋଟାରେ ବୈଜ୍ଞାନିକ ହୋଇଥିବା ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକଙ୍କ ଖବର ଇଟିଭି ଭାରତରେ ପ୍ରଥମେ ପ୍ରସାରିତ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
ତେବେ ନିଜ ଜନ୍ମ ମାଟିରେ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ବିଭିନ୍ନ ଗ୍ରାମର ଶତାଧିକ ଲୋକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ସହିତ ଲାଇନପଡା ପରିକ୍ରମା କରାଇଥିଲେ । ସ୍ଥାନୀୟ ଯୁବକ ସଂଘ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ତାଙ୍କ ବାପାଙ୍କ ପରିଶ୍ରମ ସବୁବେଳେ ତାଙ୍କୁ ପ୍ରେରଣା ଦେଇଛି ବୋଲି ଅଭିମନ୍ୟୁ କହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ