ଓଡିଶା

odisha

ETV Bharat / state

ଆନ୍ତଃଜିଲ୍ଲା ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ କନ୍ଧମାଳରୁ 2 ରେଫ୍ରୀ ମନୋନୀତ - କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଙ୍ଘ

କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘ ତରଫରୁ ଆନ୍ତଃଜିଲ୍ଲା ଟାଇକୋଣ୍ଡୋ ଖେଳ ପରିଚାଳନାରେ ଅନ୍ତର୍ଜାତୀୟ କୋଚ୍‌ ପ୍ରଭାତ କୁମାର ସାହୁ ସମେତ ଦୁଇ ବାଳିକା ରେଫ୍ରୀ ପାଇଁ ମନୋନୀତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

international coach prabhat sahu and girls select for inter district taekwondo competition
ଅନ୍ତଃ ଜିଲ୍ଲା ଟାଇକୋଣ୍ଡୋ ପରିଚାଳନାରେ ପ୍ରଭାତ ସାହୁଙ୍କ ସମେତ ଦୁଇ ବାଳିକା ରେଫରୀ ଭାବେ ମନୋନୀତ

By

Published : Jun 18, 2022, 9:31 AM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଙ୍ଘ ତରଫରୁ ଆନ୍ତଃଜିଲ୍ଲା ତାଇକୋଣ୍ଡୋ (Taekwondo Competition) ଖେଳ ପରିଚାଳନାରେ 3ଜଣ ରେଫ୍ରୀ ପାଇଁ ମନୋନୀତ ହୋଇଛନ୍ତି । ଅନ୍ତର୍ଜାତୀୟ କୋଚ୍‌ ଏବଂ ଓଡିଶା ତାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁ ସମେତ ଦୁଇ ବାଳିକା ରେଫ୍ରୀ ଭାବେ ଏହି ପ୍ରତିଯୋଗୀତାରେ ସାମିଲ ହେବେ । ଚଳିତ ମାସ ଜୁନ ୨୪ଠାରୁ ୨୬ରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ତାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ୍‌ ଏବଂ ଓଡିଶା ତାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ଖେଳ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି ।

ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଯୁକ୍ତା ଯଶିକା ଜେନା ଓ ଅପୂର୍ବା ଆର୍ଯ୍ୟଙ୍କୁ ଖେଳର ରେଫ୍ରୀ ଭାବେ ମନୋନୀତ ହୋଇଛନ୍ତି । ଏଥିପାଇଁ ପ୍ରଭାତ ଏବଂ ଜିଲ୍ଲାର ସମସ୍ତ ଖେଳାଳିମାନେ ମନମୋହନ ଭଞ୍ଜ ଓଡିଶା ତାଇକୋଣ୍ଡୋ ସଂଘର ସମ୍ପାଦକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details