ଓଡିଶା

odisha

By

Published : Dec 9, 2019, 9:09 AM IST

ETV Bharat / state

ଆକ୍ସନ ମୁଡରେ ଅବକାରୀ ବିଭାଗ; 200 ବୋତଲ ମଦ ଜବତ, ଜଣେ ଗିରଫ

କନ୍ଧମାଳ ଜିଲ୍ଲା ଗୁଦାରୀ ନିକଟରେ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ । ଘଟଣାରେ 200 ବୋତଲ ଜବତ ହେବା ସହ ଜଣେ ଗିରଫ ହୋଇଛି ।

illegal liquor seized by excise police
ବେଆଇନ ମଦ କାରବାର: 200 ବୋତଲ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଦାରୀ ନିକଟରେ ଚାଲିଥିବା ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ବିଦେଶ ମଦ ଜବତ କରିଛି। ଏଥିରେ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ମଲିକସାହିର ଅଗସ୍ତି ମଲିକକୁ ଗିରଫ କରାଯାଇଛି ।


ପ୍ରାୟ ଦୁଇ ଶହ ବୋତଲ ବେଆଇନ୍ ମଦ ଜବତ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଟିମ୍। ଏପରି ଚଢାଉ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details