ଓଡିଶା

odisha

ETV Bharat / state

ଘଞ୍ଚ ଜଙ୍ଗଲରେ ଚାଲିଛି ବେଆଇନ୍ ମଦ ଭାଟି କାରବାର, 4 ଗିରଫ - ଘଞ୍ଚ ଜଙ୍ଗଲରେ ଚାଲିଛି ବେଆଇନ୍ ମଦ ଭାଟି କାରବାର

ଆଦିବାସୀ ଏବଂ ଅନୂସୂଚିତ ଜିଲ୍ଲାରେ ଭାଟି ବେଆଇନ୍ ହୋଇଥିବା ବେଳେ ମାଫିଆ ମେଲିଛନ୍ତି କାରବାର। ଯାହା ଏଫ ଏଲ ଦୋକାନ ବନ୍ଦକୁ ଭଲ ସୁହାଇଛି । କନ୍ଧମାଳ ବାଲିଗୁଡାଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରୁ ଏପରି କିଛି ମଦ ଭାଟି ଠାବ କରିଛି ପୋଲିସ୍ ।

illegal-liquor-dealing
ଘଞ୍ଚ ଜଙ୍ଗଲରେ ଚାଲିଛି ବେଆଇନ୍ ମଦ ଭାଟି କାରବାର, 4 ଗିରଫ

By

Published : May 12, 2020, 9:59 AM IST

ଫୁଲବାଣୀ: କୋରୋନା ଲକଡାଉନ୍ ଅସାଧୁ ବ୍ୟକ୍ତିଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ। ସମସ୍ତେ ଘରେ ବନ୍ଦୀ ହୋଇ ରହୁଥିବା ବେଳେ ଏହାର ସୁଯୋଗ ନେଇ ଖୁଲମଖୁଲା ଚାଲିଛି ବେଆଇନ ମଦ କାରବାର। ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳରେ। ଅସାମାଜିକ ଓ ମଦ ମାଫିଆ ମାନେ ବେଆଇନ୍ ଭାବେ ଜିଲ୍ଲାର ଅନେକ ଜଙ୍ଗଲରେ ମଦ ଭାଟି ଆରମ୍ଭ କରିଛନ୍ତି ।

ଘଞ୍ଚ ଜଙ୍ଗଲରେ ଚାଲିଛି ବେଆଇନ୍ ମଦ ଭାଟି କାରବାର, 4 ଗିରଫ

ଆଦିବାସୀ ଏବଂ ଅନୂସୂଚିତ ଜିଲ୍ଲାରେ ଭାଟି ବେଆଇନ୍ ହୋଇଥିବା ବେଳେ ମାଫିଆ ମେଲିଛନ୍ତି କାରବାର। ଯାହା ଏଫ ଏଲ ଦୋକାନ ବନ୍ଦକୁ ଭଲ ସୁହାଇଛି । କନ୍ଧମାଳ ବାଲିଗୁଡାଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରୁ ଏପରି କିଛି ମଦ ଭାଟି ଠାବ କରିଛି ପୋଲିସ୍ ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ, ୭୦ ଲିଟର ମହୁଲି ମଦ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ଅନ୍ୟ 2 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍। ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ ରହିଛି । କିନ୍ତୁ ଦେଶୀ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଛି । ଘଞ୍ଚ ଜଙ୍ଗଲରେ ଚାଲୁଛି ହଜାର ହଜାର ଲିଟର ମହୁଲି ମଦ ।

ଘଞ୍ଚ ଜଙ୍ଗଲରେ ଚାଲିଛି ବେଆଇନ୍ ମଦ ଭାଟି କାରବାର, 4 ଗିରଫ

ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଓ ଡିଏସପି ମନୋଜ କୁମାର ପୂଜାରୀ ସ୍ବତନ୍ତ୍ର ଟିମ୍ ଗଠନ କରି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ମଧ୍ୟ ନଷ୍ଟ କରିଛି ପୋଲିସ୍ । ବାଲିଗୁଡ଼ା ଥାନା ଅଞ୍ଚଳରେ ଏଭଳି ଚଢ଼ାଉ ଆଗକୁ ଜାରି ରହିବ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details