ଓଡିଶା

odisha

ETV Bharat / state

ମିଶନ୍ ମୋଡରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବେଆଇନ ଶିଶୁ ଯତ୍ନ ଅନୁଷ୍ଠାନରେ ହେବ ଚଢାଉ - illegal child care institution in kandhamal

2013-14ରେ କନ୍ଧମାଳ ଜିଲ୍ଲାରେ ଚାଲିଥିବା 47ଟି ବେଆଇନ ଚାଇଲ୍ଡ କେୟାର ଇନଷ୍ଟିଟ୍ୟୁସନକୁ ବନ୍ଦ କରାଯାଇଥିଲା । କିନ୍ତୁ ପୁଣି ଥରେ ଛତୁ ଫୁଟିଲା ଭଳି ଆରମ୍ଭ ହୋଇଛି ବେଆଇନ ଶିଶୁ ଯତ୍ନ ଅନୁଷ୍ଠାନ । ଯାହା ଉପରେ ଚଢାଉ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଥିବା କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କନ୍ଧମାଳ

By

Published : Aug 4, 2019, 11:27 PM IST

କନ୍ଧମାଳ: ଜିଲ୍ଲାରେ ରହିଛି ଅନେକ ବେଆଇନ ଶିଶୁ ଯତ୍ନ ଅନୁଷ୍ଠାନ ବା ଚାଇଲ୍ଡ କେୟାର ଇନଷ୍ଟିଟ୍ୟୁସନ । ଏକ ଆକଳନ ଅନୁସାରେ ଜିଲ୍ଲାରେ 50ରୁ ଅଧିକ ଏପରି ବେଆଇନ ସିସିଆଇ ଚାଲିଥିବା ସୂଚନା ମିଳୁଛି । 2013-14ରେ ଏପରି ବେଆଇନ ଭାବେ ଚାଲିଥିବା 47ଟି ସିସିଆଇକୁ ବନ୍ଦ କରି ଏତଲା ଦାଏର କରିଥିଲା ଜଏଣ୍ଟ ସ୍କ୍ଯାଡ୍ । କିନ୍ତୁ ପୁଣି ଥରେ ଛତୁ ଫୁଟିଲା ଭଳି ଆରମ୍ଭ ହୋଇଛି ବେଆଇନ ଚାଇଲଡ୍ କେୟାର ଇନଷ୍ଟିଟ୍ୟୁସନ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କନ୍ଧମାଳ


ସେଥିପାଇଁ ମିଶନ୍ ମୋଡରେ ଚଢାଉ କରିବାକୁ ରୋଡ୍ ମ୍ଯାପ୍ ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ । ଶହ ଶହ ଶିଶୁମାନଙ୍କ ସୁରକ୍ଷା ବିପନ୍ନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚିନ୍ତା କରୁଛନ୍ତି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟଭି ଭାରତ

ABOUT THE AUTHOR

...view details