ଓଡିଶା

odisha

ETV Bharat / state

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଗୃହ ସଚିବ, ବିଭିନ୍ନ ଯୋଜନାର ସମୀକ୍ଷା ନେଇ ଆଲୋଚନା - ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କ ଗସ୍ତ

କନ୍ଧମାଳ ଗସ୍ତରେ ଯାଇ ଗୃହ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହାସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ।

କନ୍ଧମାଳ ଗସ୍ତରେ ଗୃହ ସଚିବ

By

Published : Oct 23, 2019, 11:54 AM IST

ଫୁଲବାଣୀ: ଗୃହ ସଚିବଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ । ମଙ୍ଗଳବାର କନ୍ଧମାଳ ଗସ୍ତରେ ଯାଇ ଗୃହ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହାସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ସଞ୍ଜୀବ ଚୋପ୍ରା । କେନ୍ଦ୍ରୀୟ ସ୍ବାସ୍ଥ୍ୟ କମିଟି ପରେ ପରେ ଏବେ ଗୃହ ସଚିବଙ୍କ ଗସ୍ତକୁ ନେଇ ତତ୍ପର ହୋଇ ଉଠିଛି ପ୍ରଶାସନ ।

ଦୁଇ ଦିନିଆ ଗସ୍ତରେ ଗୃହ ସଚିବ

ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ଆକାଂକ୍ଷା ଜିଲ୍ଲା କନ୍ଧମାଳକୁ ତଦାରଖ କରିବା ପାଇଁ ଗୃହ ସଚିବଙ୍କୁ ଦାୟିତ୍ବ ମିଳିଛି । ଏଥିପାଇଁ ଗୃହ ସଚିବ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । ଏଥିପାଇଁ ଏନେଇ ମଙ୍ଗଳବାର ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା ।

ଏହାସହ ଜଳସେଚନ ଓ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବା ପାଇଁ ଗୁରୁତ୍ବ ଦିଆଯାଇଛି । ବୁଧବାର ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ତେବେ ସଚିବଙ୍କ ପରିଦର୍ଶନ ପରେ କେତେ କାର୍ଯ୍ୟକାରୀ ହେଉଛି ସଚିବଙ୍କ ନିର୍ଦ୍ଦେଶ ତାହା ହିଁ ସବୁଠୁ ବଡ ଆହ୍ବାନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details