ଫୁଲବାଣୀ: କନ୍ଧମାଳ ଜିଲ୍ଳାକୁ 6 ଦିନିଆ ଗସ୍ତରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ଜନସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ ହିମାଂଶୁ ଭୁଷଣଙ୍କ ନେତୃତ୍ୱରେ ଆସିଥିବା ଆଠ ଜଣିଆ ଟିମ ଜିଲ୍ଲାର ଶିଶୁ ଓ ମାତୃ ୱାର୍ଡ ବୁଲି ଦେଖିଛନ୍ତି ।
କନ୍ଧମାଳ ଗସ୍ତରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍
କନ୍ଧମାଳ ଜିଲ୍ଲା ଗସ୍ତରେ ଆଠ ଜଣିଆ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ । ସ୍ବାସ୍ଥ୍ୟ ଟିମରେ ଅଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଉପନିର୍ଦ୍ଦେଶକ ଡଃ ଏସସି ଅଗ୍ରୱାଲ । ଟିମ ଜିଲ୍ଲାର ଶିଶୁ ଓ ମାତୃ ୱାର୍ଡ ବୁଲି ଦେଖିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
କନ୍ଧମାଳରୁ ସଦାଶିଵ ପାତ୍ର, ଈଟିଭି ଭାରତ