ଓଡିଶା

odisha

ETV Bharat / state

Snowfall in Kandhamal: ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ରେକର୍ଡ

ହାଡଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା (heavy cold wave in Kandhamal) । ଆଜି ଫୁଲବାଣୀରେ 4 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଦାରିଙ୍ଗବାଡିରେ 3.5 ଡିଗ୍ରୀ ତାପମାତ୍ରା ରହିଛି । ଅଧିକ ପଢନ୍ତୁ

By

Published : Dec 21, 2021, 11:11 AM IST

Updated : Dec 21, 2021, 12:03 PM IST

snowfall in kandhamal:  ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ରେକର୍ଡ
snowfall in kandhamal: ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ରେକର୍ଡ

ଫୁଲବାଣୀ: ଖସୁଛି ପାରଦ ବଢୁଛି ଶୀତ । ହାଡଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା (heavy cold wave in Kandhamal) । ପ୍ରବଳ ଶୀତ ପରେ ଏବେ କନ୍ଧମାଳରେ ତୁଷାରପାତ (snowfall )ଜାରି ରହିଛି । ଲଗାତାର ୨ଦିନ ହେବ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳର ତୁଷାରପାତ ହୋଇଥିବାବେଳେ ଫୁଲବାଣୀର ରୁଜାଙ୍ଗି ଅଞ୍ଚଳରେ ଆଜି ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି । ଫଳରେ ଆଜି ଫୁଲବାଣୀରେ 4 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଦାରିଙ୍ଗବାଡିରେ 3.5 ଡିଗ୍ରୀ ତାପମାତ୍ରା ରହିଛି । ଏହାର ପ୍ରଭାବରେ ଜିଲ୍ଲାରେ ଜାଡ ଶୀତର ପ୍ରକୋପ ଦେଖିବାକୁ ମିଳୁଛି ।

Snowfall in Kandhamal: ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗବାଡିରେ ୩.୫ ଡିଗ୍ରୀ ରେକର୍ଡ

ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବାବେଳେ ଶୀତର ପ୍ରଭାବରେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଦିନ ମଜୁରିଆମାନେ ସକାଳ ୮ଟା ପରିବର୍ତ୍ତେ ସକାଳ ୧୦ଟା ବେଳେ କାର୍ଯ୍ୟ ଆରମ୍ଭ କରୁଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆହୁରି ଦୁଇରୁ ତିନି ଦିନ ଶୀତର ପ୍ରକୋପ ଦେଖିବାକୁ ମିଳିବ । ସେହିପରି ଗତକାଲି ଫୁଲବାଣୀରେ ତାପମାତ୍ରା 6.5 ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ 4 ଡିଗ୍ରୀ ତାପମାତ୍ରା ରହିଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Dec 21, 2021, 12:03 PM IST

ABOUT THE AUTHOR

...view details