ଓଡିଶା

odisha

ETV Bharat / state

ହାଡଭଙ୍ଗା ଶୀତରେ ଥରୁଛି ଫୁଲବାଣୀ: ଜାରି ରହିଛି ଶୀତ ଲହରୀ, ଜୀବନଯାତ୍ରା ଅଚଳ

ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଶନିବାର 6.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେପଟେ ସାରା ଜିଲ୍ଳାରେ ହାଡଭଙ୍ଗା  ଶୀତରେ ଜୀବନଯାତ୍ରା ଅଚଳ ହୋଇଯାଇଛି । ଅଧିକ ପଢନ୍ତୁ...

ହାଡଥରା ଶୀତରେ ଜୀବନଯାତ୍ରା ଅଚଳ
ହାଡଥରା ଶୀତରେ ଜୀବନଯାତ୍ରା ଅଚଳ

By

Published : Dec 7, 2019, 2:51 PM IST

ଫୁଲବାଣୀ: ଜିଲ୍ଲାରେ ଶନିବାର ଠାରୁ ପୁଣି ଲେଉଟିଛି ଶୀତ । ସାରା ଜିଲ୍ଲାରେ ହଠାତ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଫୁଲବାଣୀରେ ଶନିବାର ତାପମାତ୍ରା 8ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ସେହିପରି ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଶନିବାର 6.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେପଟେ ସାରା ଜିଲ୍ଳାରେ ହାଡଭଙ୍ଗା ଶୀତରେ ଜୀବନଯାତ୍ରା ଅଚଳ ହୋଇଯାଇଛି ।

ହାଡଥରା ଶୀତରେ ଜୀବନଯାତ୍ରା ଅଚଳ

ଚଳିତବର୍ଷ ବାର ଡିଗ୍ରୀ ଯାଏଁ ତାପମାତ୍ରା ରହିବା ପରେ ଗତ 15 ଦିନ ଧରି ଶୀତ ଉଭେଇ ଯାଇଥିଲା । ତେବେ ଶୁକ୍ରବାର ଠାରୁ ହଠାତ ବଢ଼ିଲା ଶୀତ। ଫୁଲବାଣୀର ତାପମାତ୍ରା 8ରେ ପହଞ୍ଚିବା ସହିତ ସାରା ଜିଲ୍ଲାରେ ହାରାହାରି ତପାମାତ୍ରା 6 ରୁ 8 ଡିଗ୍ରୀ ମଧ୍ୟରେ ରହିଛି । ଆଭ୍ୟନ୍ତରୀଣ ଗାଁ ଗଣ୍ଡା ଓ ପାହାଡ଼ ଉପର ଗାଁ ମାନଙ୍କରେ ତାପମାତ୍ରା 4 ରୁ ପାଞ୍ଚ ଡିଗ୍ରୀ ରହିଛି ।

ବେଲଘର, କୋଟଗଡ, ତୁମୁଡିବନ୍ଧ, ଗୁମା, ଗୁଗୁରମାହା, ସିରକାବର୍ଗ ପ୍ରଭୃତି ଅଞ୍ଚଳରେ ତାପାମାତ୍ରା ଅଧିକ ହ୍ରାସ ପାଇଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ମଧ୍ୟ କୋହଲା ପବନ ଓ ହାଡଭଙ୍ଗା ଶୀତ ଆରମ୍ଭ ହୋଇଯାଇଛି ।

ଏପରି ଲଗାତାର ଶୀତ ଲହରୀ ଜାରି ରହିଲେ ତୁଷାରପାତ ହେବ ବୋଲି ସ୍ଥାନୀୟ ଲୋକଙ୍କ ଆଶଙ୍କା କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details