ଓଡିଶା

odisha

ETV Bharat / state

ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ କାରଣ ଅସ୍ପଷ୍ଟ - ଯୁବକଙ୍କ ଝୁଲନ୍ତା ମୃତଦେହ

ଫୁଲବାଣୀର ବଇଡା ଗ୍ରାମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଅଧିକ ପଢନ୍ତୁ

hanging deadbody rescued
hanging deadbody rescued

By

Published : Mar 5, 2023, 9:03 PM IST

ଫୁଲବାଣୀ:ଫୁଲବାଣୀର ବଇଡା ଗ୍ରାମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତବ୍ୟକ୍ତି ଜଣକ ବଇଡା ଗ୍ରାମର ଲାଣ୍ଡୁ କହଁର ବୋଲି ଜଣା ପଡିଥିବା ବେଳେ ବୟସ 40 ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ସୂଚନା ମୁତାବକ, ଲାଣ୍ଡୁ କହଁରଙ୍କୁ ବଇଡା ସାହିରୁ ପଦର ସାହି ଯିବା ବାଟରେ ଏକ ପଣସ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଗ୍ରାମର କିଛି ବ୍ୟକ୍ତି ଏହାକୁ ଦେଖି ସମ୍ପର୍କୀୟ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ସମସ୍ତେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଭାଇ ସଦର ଥାନାରେ ଏତଲା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ମୃତ୍ୟୁର କାରଣ କିଛି ଜଣାପଡ଼ି ନଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି । ସେପଟେ ପୂର୍ବରୁ ଲାଣ୍ଡୁ କହଁରଙ୍କ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁବରଣ କରି ସାରିଥିବା ବେଳେ ସେ ଏକୁଟିଆ ରହୁଥିଲେ । ସେ ମାନସିକ ଚାପରେ ଥିବା ନେଇ ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ -ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ, ୩ ଜିଲ୍ଲାରେ ୩୦୮୧ କୋଟି ପ୍ରକଳ୍ପର ଶୁଭାରମ୍ଭ

ସେହିପରି କିଛିଦିନ ପୂର୍ବେ ଜଙ୍ଗଲରୁ ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବଲାଙ୍ଗୀର କଣ୍ଟାବାଞ୍ଜିରେ ସ୍ପନ୍ଦନ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ୍‌ ଭାବରେ କାର୍ଯ୍ୟରତ ଥିବା ସବିଲିୟାସ ହରପାଲ 2ଦିନ ଧରି ନିଖୋଜ ଥିଲେ । ଯାହାପରେ ଫାଇନାନ୍ସ କମ୍ପାନୀର ମ୍ୟାନେଜର ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ କଣ୍ଟାବାଞ୍ଜି ନିକଟ ଏକ ଗାଁ ରାସ୍ତାରେ ଥିବା ଜଙ୍ଗଲ ପାଖରେ କିଛି ଯୁବକ ଖେଳୁଥିବା ବେଳେ ଯୁବକଙ୍କ ମୃତଦେହ ଦେଖିଥିଲେ । ପରେ ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ବ୍ୟାଗ ଓ ବାଇକ ଜବକ କରିଥିଲା ପୋଲିସ । ବର୍ତ୍ତମାନ ସୁଦ୍ଧା ପାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଏହାକୁ ନେି ପୋଲିସର ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details