କନ୍ଧମାଳ: ବ୍ରହ୍ମପୁରକୁ ଚୋରାଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ 33 କେଜି ଗଞ୍ଜେଇ ଜବତ କରିଛି । ଏହି ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କ ଠାରୁ ଗୋଟିଏ ଇଣ୍ଡିଗୋ କାର (ନଂ କେଏ-32-ଏମ 3737)କୁ ଜବତ କରାଯାଇଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁନୁ ମଲିକ(19), ବିଲୀୟମ ଦିଗାଳ(19), ବାପି ଦିଗାଳ(୨୪) ଓ ମହେନ୍ଦ୍ର ମଲିକ(25) । ସମସ୍ତ ଅଭିଯୁକ୍ତ ବାଲିଗୁଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ବାଲିଗୁଡାରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ ସୂଚନା ଦେଇଛନ୍ତି ।