ଓଡିଶା

odisha

By

Published : Oct 9, 2019, 2:52 AM IST

ETV Bharat / state

ଫୁଲବାଣୀରେ ଜୁଆ ଆଡ୍ଡାରେ ଚଢ଼ାଉ, 11 ଗିରଫ

ଫୁଲବାଣୀ ନଦୀଖଣ୍ଡି ସାହିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି 11 ଜଣଙ୍କୁ ଗିରଫ କରିଛି ଫୁଲବାଣୀ ପୋଲିସ ।

ଫୁଲବାଣୀ ଜୁଆ ଆଡ୍ଡାରେ ଚଢ଼ାଉ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାର୍ବଣ ମାହୋଲ ଥିବା ବେଳେ ଜୁଆ ଖେଳ ପରମ୍ପରା ନାଁରେ ଅନେକ ସ୍ଥାନରେ ଜୁଆ ଆଡ୍ଡା ଚାଲୁଛି । ସେଥିପାଇଁ ଜିଲ୍ଲା ପୋଲିସ ଆରମ୍ଭ କରିଛି ଚଢ଼ାଉ । ଫୁଲବାଣୀ ନଦୀଖଣ୍ଡି ସାହିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି 11 ଜଣଙ୍କୁ ଗିରଫ କରିଛି ଫୁଲବାଣୀ ପୋଲିସ । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଏହି ଜୁଆ ଆଡ୍ଡାରୁ 63 ହଜାରରୁ ଊର୍ଦ୍ଧ୍ବ ଟଙ୍କା , 3ଟି କାର ଓ ଗୋଟିଏ ମୋଟର ସାଇକେଲ ସହ ସାତଟି ମୋବାଇଲ ଜବତ କରଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ତେବେ ଅଭିଯୁକ୍ତମାନେ ହେଲେ ପ୍ରମୋଦ ପ୍ରଧାନ, ସନ୍ନ୍ୟାସୀ ପ୍ରଧାନ, ଗିରିଷ ଚନ୍ଦ୍ର ସାହୁ, ବିଜୟ ସାହୁ ଶଙ୍କର ସାହୁ, ଜଗନ୍ନାଥ ପ୍ରସାଦ, ଉମାଚରଣ ପ୍ରଧାନ, ଶଙ୍କର ବିନ୍ଧାଣି, ସନ୍ତୋଷ କୁମାର ପଣ୍ଡା, ପ୍ରସନ୍ନ ପୃଷ୍ଟି, ବ୍ରଜରାଜ ସାହୁ ଓ ସନ୍ତୋଷ ପାତ୍ର । ଟାଉନ ଥାନାରେ 146/2019ରେ ମାମଲା ରୁଜୁ ହୋଇଥିବା ବେଳେ ଏପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details