ଓଡିଶା

odisha

ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ, ଭୋଟ ବର୍ଜନ ଧମକ ଦେଲେ ଗାଗଡପଦର ଗ୍ରାମବାସୀ - gagadapadar people threaten to boycott polls

ସରକାରୀ ଯୋଜନାରେ ଚାଉଳ ଓ ଭତ୍ତା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଗାଗଡ଼ପଦର ଗ୍ରାମବାସୀ । ଏହି ସମସ୍ୟା ପାଇଁ ଶେଷରେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ଏହି ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ଗାଗଡପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ ଧମକ
ଗାଗଡପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ ଧମକ

By

Published : Nov 2, 2021, 9:56 PM IST

ଫୁଲବାଣୀ: ସରକାରୀ ଯୋଜନାରେ ଚାଉଳ ଓ ଭତ୍ତା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଗାଗଡ଼ପଦର ଗ୍ରାମବାସୀ । ସମସ୍ୟା ପାଇଁ ଶେଷରେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ଏହି ଗ୍ରାମବାସୀ । ପୂର୍ବରୁ ପୁରୁଣା ସାଡିଙ୍ଗିଆ ପଞ୍ଚାୟତର ୮ ନମ୍ବର ୱ।ର୍ଡରେ ଥିଲା ଗାଗଡ଼ପଦର ଗାଁ । ଗାଁ ଠାରୁ ପ୍ରାୟ ୩ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଓ ଚାଉଳ ଆଣୁଥିଲେ ହିତାଧିକାରୀ ।

ଗାଗଡପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ ଧମକ

ହେଲେ ଗ୍ରାମବାସୀଙ୍କୁ ସୁବିଧା ଯୋଗାଇବା ନାଁରେ ପଞ୍ଚାୟତ ପୁନର୍ଗଠନ କରି ସମରବନ୍ଧ ନୂଆ ପଞ୍ଚ।ୟତ ହେଲା । ଏହି ନୂଆ ପଞ୍ଚାୟତରେ ଗଗଡପଦାର ଗ୍ରାମବାସୀଙ୍କୁ ସାମିଲ କରିଦିଆଗଲା । ହେଲେ ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ବା ଚାଉଳ ଆଣିବାକୁ ହେଲେ ଗ୍ରାମବାସୀଙ୍କୁ ୧୨ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଏନେଇ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳି ପାରିଲାନାହିଁ । ଏହାକୁ ନେଇ ଆଜି(ମଙ୍ଗଳବାର) ନେଇ ପୁଣି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୮ ନମ୍ବର ୱ।ର୍ଡ ଗାଗଡ଼ପଦର ଗାଁକୁ ସାଡିଙ୍ଗିଆ ପଞ୍ଚାୟତରେ ସାମିଲ କର ନଗଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details