ଫୁଲବାଣୀ:ଶେଷ ହୋଇଛି ଜି ଉଦୟଗିରି ଏନ୍ଏସି ଉପ ନିର୍ବାଚନ । ଆଜି ହେବ ଭୋଟ ଗଣତି । କିଏ ହାତେଇବା ଏନ୍ଏସି ଅଧ୍ୟକ୍ଷା ପଦ । କାହାକୁ ଭରସା କରିଛନ୍ତି ଭୋଟର ବିଜେପି, ବିଜେଡି ନା କଂଗ୍ରେସ । ତାହା ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହୋଇଯିବ । ଏନ୍ଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ସକାଳ 8ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା । ବୁଥ ଗୁଡିକରେ ଧାଡିରେ ଛିଡା ହୋଇ ଭୋଟ ଦେଇଥିଲେ ଭୋଟର । ସନ୍ଧ୍ୟା ୫ ଘଣ୍ଟା ସମୟରେ ମତଦାନ ଶେଷ ହୋଇଥିଲା । ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁ ନିର୍ବାଚନ ପରିଚାଳନା କରିଥିଲେ । ବାଲିଗୁଡା ଉପଜିଲ୍ଲାପାଳ ମଧ୍ୟ ସମସ୍ତ ବୁଥ ପରିଦର୍ଶନ କରିଥିଲେ ।
ସୁରକ୍ଷା ଦୃଷ୍ଟିରୁ ପ୍ରତି ବୁଥ୍ରେ ପୋଲିସ ମୁତୟନ କରାଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିଲା । ମୋଟ ୫୫.୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ନିର୍ବାଚନ ଶେଷ ପରେ ସମସ୍ତ ବୁଥ ପୋଲିଂ ଅଫିସର ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଇଭିଏମ୍ ରଖିଥିଲେ । ଶେଷରେ ଷ୍ଟ୍ରଙ୍ଗ ରୁମ୍ ମଧ୍ୟରେ କଡା ସୁରକ୍ଷା ଭିତରେ ଇଭିଏମ୍ ଗୁଡ଼ିକ ରଖା ଯାଇଥିଲା ।