ଓଡିଶା

odisha

ETV Bharat / state

ଚତୁର୍ଥ ଦିନରେ କନ୍ଧମାଳରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀ ଭରିଲେ ନାମାଙ୍କନ - ବାଜିଲା ନିର୍ବାଚନ ବିଗୁଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ପଂଚାୟତ ନିର୍ବାଚନର ଚତୁର୍ଥ ଦିନରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

କନ୍ଧମାଳରେ ଚତୁର୍ଥ ଦିନରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
କନ୍ଧମାଳରେ ଚତୁର୍ଥ ଦିନରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

By

Published : Jan 21, 2022, 8:38 AM IST

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା । ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିବାର ଚତୁର୍ଥ ଦିନରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକଙ୍କ ସମସ୍ୟାକୁ ପାଥେୟ କରି ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାବେଳେ ଚଳିତ ବର୍ଷ ବହୁ ଯୁବ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଆସିଥିବା ଦେଖିବାକୁ ମିଳିଛି।

କନ୍ଧମାଳରେ ଚତୁର୍ଥ ଦିନରେ ୧୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

କନ୍ଧମାଳ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିବାର ଚତୁର୍ଥ ଦିନରେ ୫୯୨ ଜଣ ୱାର୍ଡ ମେମ୍ବର, ୧୭୨ ଜଣ ସରପଞ୍ଚ ଓ ୧୨୮ ଜଣ ସମିତି ସଭ୍ୟ/ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ପଦବୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ ନିକଟରେ ୧୫ ଜଣ ଓ ଫୁଲବାଣୀ ଉପଜ଼ିଲ୍ଲାପାଳଙ୍କ ନିକଟରେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଖଜୁରିପଡା ବ୍ଲକରେ ପୂର୍ବତନ ବ୍ଲକ ଅଧକ୍ଷା ଅନିମା କହଁର ଖଜୁରିପଡା ପଂଚାୟତ ପାଇଁ ସମିତି ସଭ୍ୟ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଯାହା ଫଳରେ ଖଜୁରିପଡାରେ ନିର୍ବାଚନୀ ଉଷ୍ଣତା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗୁରୁବାର ପର୍ଯ୍ୟନ୍ତ ସମୁଦାୟ ୧୧୩୫ଜଣ ୱାର୍ଡ ମେମ୍ବର, ୪୪୫ଜଣ ସରପଞ୍ଚ, ୩୧୯ ଜଣ ସମିିତିସଭ୍ୟ ଓ ୨୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।



କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details