ଓଡିଶା

odisha

By

Published : Jan 23, 2022, 9:06 PM IST

ETV Bharat / state

ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଯଜ୍ଞେସ୍ୱର ବାବୁ । ଅଧିକ ପଢନ୍ତୁ

ପୂର୍ବତନ ବିଧାୟକ ଜାକବ ପ୍ରଧାନ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ପୂର୍ବତନ ବିଧାୟକ ଜାକବ ପ୍ରଧାନ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଉପସଭାପତି ଯଜ୍ଞେସ୍ୱର ବାବୁ । ଏନେଇ ପ୍ରଦେଶ କମିଟିର ଲେଟର ପେଡରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କୁ ଓପିସିସି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବାର ଚିଠି ପ୍ରଦାନ କରାଯାଇଛି । ଦଳ ବିରୋଧୀ କାମ କରିଥିବାରୁ ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କୁ ନିଲମ୍ବନ କରିଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ । ଚିଠି ପାଇବା ପରେ ପୂର୍ବତନ କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଓଡିଶା ପ୍ରଭାରୀ ଡକ୍ଟର ଚେଲ୍ଲା କୁମାରଙ୍କୁ ସାକ୍ଷାତ କରିଛନ୍ତି ।

ପୂର୍ବତନ ବିଧାୟକ ଜାକବ ପ୍ରଧାନ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ସୂଚନା ଥାଉକି ପୂର୍ବତନ ବିଧାୟକ ଜାକବ ପ୍ରଧାନ 2014 ମସିହାରେ ଶାସକ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେଇ 48,958 ଖଣ୍ଡ ଭୋଟରେ ବିଜୟ ହାସଲ କରି ଘୁ.ଉଦୟଗିରି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 2019 ବିଧାନସଭା ନିର୍ବାଚନ ଦଳୀୟ ଟିକେଟ ନମିଳିବାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । କଂଗ୍ରେସ ଦଳର ଶୃଙ୍ଖଳିତ ସଦସ୍ୟ ଥିଲି ଓ ଅଛି ଆଗାମୀ ଦିନରେ ମଧ୍ୟ ଦଳ ମତେ ଯାହା ଦାୟିତ୍ୱ ଦେବ ଶୃଙ୍ଖଳିତ ସଦସ୍ୟ ଭାବରେ କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ ଜାକବ ପ୍ରଧାନ ପ୍ରକାଶ କରିଛନ୍ତି ।

ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଜାକବ ପ୍ରଧାନଙ୍କ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ରହିଛି । ପୂର୍ବତନ ବିଧାୟକ ପ୍ରଧାନଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପରେ କନ୍ଧମାଳ ଜିଲ୍ଲା କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମିଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ପୂର୍ବତନ ବିଧାୟକଙ୍କ ଘରବାହୁଡ଼ା ଆଗାମୀ ପଞ୍ଚାୟତ ନିର୍ବାଚନରେ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ଓ କନ୍ଧମାଳ ଜିଲ୍ଲା କଂଗ୍ରେସ ପାଇଁ ବେଶ ଫଳପ୍ରଦ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details