ଓଡିଶା

odisha

ETV Bharat / state

ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ - କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ

କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଥର ବିଧାୟକ ଥିବା ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ। ତାଙ୍କୁ 85 ବର୍ଷ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସାହୁରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Aug 16, 2019, 11:32 PM IST

ଫୁଲବାଣୀ: ବାଲିଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ । ବାଲିଗୁଡା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଥର ବିଧାୟକ ହୋଇଥିଲେ ସେ । ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

1974ରୁ 1979 ଏବଂ 1985ରୁ 1995 ମସିହା ଯାଏଁ କଂଗ୍ରେସର ବିଧାୟକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସାହୁରା । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶୁକ୍ରବାର ପାରମ୍ପରିକ ରୀତିରେ ଗାଁରେ ତାଙ୍କର ଶେଷକୃତ୍ୟ କରାଯାଇଛି । ସାହୁରା ମଲ୍ଲିକଙ୍କ ପରଲୋକରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details