ଫୁଲବାଣୀ: ଆଜିର ଯୁଗ ଇଣ୍ଟରନେଟର ଯୁଗ,ସାମାଜିକ ଗଣମାଧ୍ୟମର ଯୁଗ। ପ୍ରତି ମୁହୂର୍ତ୍ତରେ ବଦଳୁଛି ଦୁନିଆ ଓ ଆମ ଚାଲିଚଳଣୀ। ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାଇବର କ୍ରାଇମ ଓ ଆଇନକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଛି।
ସାଇବର କ୍ରାଇମ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ - cyber hacking news
ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି। କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାଇବର କ୍ରାଇମ ଓ ଆଇନକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଛି। ଅଧିକ ପଢନ୍ତୁ...
ଫୁଲବାଣୀ ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଛାତ୍ରୀ ମାନଙ୍କୁ ଇଣ୍ଟରନେଟର ,ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଏହାର ଉପଯୋଗିତ ସମ୍ପର୍କରେ ସଚେତନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ,ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ବରିଷ୍ଠ ଓକିଲ ବିଜୟକୃଷ୍ଣ ପଟନାୟକଙ୍କ ସମେତ କଲେଜ ଅଧକ୍ଷା ତନୁଜା ସିଂ ସାଇବର ଅପରାଧ ଓ ଆଇନ ସମ୍ପର୍କରେ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ ମାନଙ୍କୁ ନୂତନ ଆଇନ ଓ ଅପରାଧରୁ ସତର୍କ କରାଯାଇପାରିବ ବୋଲି କହିଛନ୍ତି।
କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ