ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବେହାଲ କନ୍ଧମାଳ - କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌

ଦୁଇ ସପ୍ତାହ ଧରି ରାଜ୍ୟରେ ଜାରି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେହାଲ ପରିସ୍ଥିତି । ଏମିତିରେ କନ୍ଧମାଳ ଜିଲ୍ଲାରେ ଲଗା ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ପ୍ରବାହିତ ହେବାରେ ଲାଗିଛି ବନ୍ୟା ଜଳ । ଅଧିକ ପଢନ୍ତୁ...

heavy rain in kandhamal, continuous rain in kandhamal, kandhamal latest news, flood like situation in kandhamal, କନ୍ଧମାଳରେ ଲଗାଣ ବର୍ଷା, କନ୍ଧମାଳରେ ବର୍ଷା, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ବନ୍ୟା ପରିସ୍ଥିତି
ଲଗାଣ ବର୍ଷାରେ ବେହାଲ କନ୍ଧମାଳ

By

Published : Aug 27, 2020, 1:52 PM IST

ଫୁଲବାଣୀ: ଦୁଇ ସପ୍ତାହ ଧରି ରାଜ୍ୟରେ ଜାରି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେହାଲ ପରିସ୍ଥିତି । ଏମିତିରେ କନ୍ଧମାଳ ଜିଲ୍ଲାରେ ଲଗା ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ପ୍ରବାହିତ ହେବାରେ ଲାଗିଛି ବନ୍ୟା ଜଳ । ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପାଇଁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ସେପଟେ ଫୁଲବାଣୀ ସମେତ ଅନେକ ସହର ଓ ଗାଁ ଗଣ୍ଡାରେ ଘରମାନଙ୍କରେ ବନ୍ୟା ପାଣି ପଶିବାରେ ଲାଗିଥିବା ଦେଖାଯାଇଛି ।

ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଏପରି ସ୍ଥିତିରେ ଜିଲ୍ଲାର ଅନେକ ସ୍ଥାନରେ କଚ୍ଚା ଘର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ମୁତାବକ ଜିଲ୍ଲାର ସାଲୁଙ୍କି, ଖଡଗ, ରାଉଳ, ଉତେଇ, ପିଲାସାଲୁଙ୍କି ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ଆରମ୍ଭ ହୋଇଥିବା ଦେଖାଯାଇଛି । ଏହାକୁ ନଜରରେ ରଖି ଜିଲ୍ଲାରେ ପାଣିପାଗ ବିଭାଗ ଅରେଞ୍ଚ ୱାର୍ଣ୍ଣିଂ ଜାରି କରିଛି । ସେପଟେ ଦୁଇ ଦିନର ଲଗାଣ ବର୍ଷା ପରେ ସହରର ନାଦିଖଣ୍ଡି ସାହି, ମାଷ୍ଟର ପଡା, ଆମ୍ବେଦକର ସାହି ଆଦି ଅଞ୍ଚଳରେ ଅନେକ ଘର ଏବେ ଜଳମଗ୍ନ । ଖବର ପାଇ ଦମକଳ ବାହିନୀ ସମ୍ପୃକ୍ତ ସ୍ଥାନମାନଙ୍କରେ ପହଞ୍ଚି ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରଖିଛି ।

ତେବେ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତ, ଲଙ୍କାଗଡ ପଞ୍ଚାୟତ, କୋଟଗଡର ଗୁଗୁରମାହା, ମାରଳାଙ୍ଗ, ଧରାକୋଟ ସମେତ ଜିଲ୍ଲାର ଅନେକ ଅପହଞ୍ଚ ଗାଁ ଏବେ ପ୍ରବଳ ବର୍ଷା ଯୋଗୁଁ ବିଚ୍ଛିନ୍ନ ହୋଇଯାଇଛି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details