ଓଡିଶା

odisha

ETV Bharat / state

ରାଜ୍ୟରେ ପ୍ରଥମଥର ପାଇଁ ପ୍ଲାଜମା ଦାନ କଲେ ମହିଳା ପୋଲିସ ଅଧିକାରୀ - ଏସଆଇ ବିଦ୍ୟା ଭାରତୀ ନାୟକ

ଫୁଲବାଣୀ ଟାଉନ ଥାନାର ଏସଆଇ ବିଦ୍ୟା ଭାରତୀ ନାୟକ ରାଜ୍ୟର ପ୍ରଥମ ମହିଳା ପୋଲିସ ଅଧିକାରୀ ଭାବେ ପ୍ଲାଜମା ଦାନ କରିଛନ୍ତି। କଟକ ଏସସିବିରେ ସେ ପ୍ଳାଜମା ଦାନ କରିଛନ୍ତି । ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଥମ ମହିଳା ପୋଲିସ ଅଧିକାରୀଙ୍କ ପ୍ଲାଜମା ଦାନ
ପ୍ରଥମ ମହିଳା ପୋଲିସ ଅଧିକାରୀଙ୍କ ପ୍ଲାଜମା ଦାନ

By

Published : Sep 24, 2020, 11:05 AM IST

ଫୁଲବାଣୀ: ପ୍ଲାଜମା ଦାନ କଲେ ରାଜ୍ୟର ପ୍ରଥମ ମହିଳା ପୋଲିସ ଅଧିକାରୀ । ଫୁଲବାଣୀ ଟାଉନ ଥାନାର ଏସଆଇ ବିଦ୍ୟା ଭାରତୀ ନାୟକ ରାଜ୍ୟର ପ୍ରଥମ ମହିଳା ପୋଲିସ ଅଧିକାରୀ ଭାବେ ପ୍ଲାଜମା ଦାନ କରିଛନ୍ତି। କଟକ ଏସସିବିରେ ସେ ପ୍ଳାଜମା ଦାନ କରିଛନ୍ତି । ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଥମ ମହିଳା ପୋଲିସ ଅଧିକାରୀଙ୍କ ପ୍ଲାଜମା ଦାନ

ଅଗଷ୍ଟ ମାସରେ କୋରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ ଫୁଲବାଣୀ ଟାଉନ୍ ଥାନାର ସବ୍ ଇନ୍ସପେକ୍ଟର ବିଦ୍ୟା ଭାରତୀ ନାୟକ। ଏହାପରେ ସେ କଟକ ଯାଇ ଏସସିବି ମେଡିକାଲ କଲେଜରେ ପ୍ଲାଜାମା ଦେଇଛନ୍ତି। ଏନେଇ ରାଜ୍ୟ ପୋଲିସ ଡିଜି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପୋଲିସ ଡିଜି ଟ୍ବିଟରରେ ଲେଖିଛନ୍ତି, ‘ଏସଆଇ ବିଦ୍ୟା ଭାରତୀ ରାଜ୍ୟର ପ୍ରଥମ ମହିଳା ପୋଲିସ୍ କର୍ମଚାରୀ ଭାବେ ପ୍ଲାଜମା ଦାନ କରିଥିବାରୁ ଅନ୍ୟ ମାନଙ୍କ ପାଇଁ ସେ ଉଦାହରଣ ’। ତେବେ ଏସଆଇ ବିଦ୍ୟା ଭାରତୀଙ୍କୁ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଶୁଭେଚ୍ଛା ଜଣାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details