ଫୁଲବାଣୀ: ଥଣ୍ଡା ହେଉଥିବା ଯୋଗୁଁ ନିଆଁ ପୁଇଁ ହେଉଥିବାବେଳେ ଦେହରେ ଲାଗିଲା ନିଆଁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଅରାପାଜୁ ଗ୍ରାମରେ । ଗୁରୁତର ବ୍ୟକ୍ତି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ନିଆଁ ପୁଇଁ ହେଉଥିବାବେଳେ ଜଳିଗଲେ ଯୁବକ - କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ
କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଅରାପାଜୁ ଗ୍ରାମରେ ନିଆଁ ପୁଇଁ ହେଉଥିବାବେଳେ ଲାଗିଲା ନିଆଁ । ସଂକଟାପନ୍ନ ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...
ଵର୍ତ୍ତମାନ ଶୀତ ଋତୁ ହୋଇଥିବା ଯୋଗୁଁ ଗ୍ରାମାଞ୍ଚଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ସାହାରା ନେଇଛନ୍ତି । ଆଡ଼ାବାଡ଼ି ଗ୍ରାମରେ ଭାଗବତ କହଁର ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳ ସକାଳୁ ନିଆଁ ପୁଇଁ ହେଉଥିବାବେଳେ ହଠାତ ମୂର୍ଚ୍ଛା ହୋଇ ନିଆଁରେ ପଡିଯାଇଥିଲେ । ନିଆଁରେ ପଡ଼ି ଜଳୁଥିବା ସମୟରେ ଭାଗବତଙ୍କ ମାଆ ଦେଖି ଡାକ ପକେଇଥିଲେ । ଗ୍ରାମବାସୀ ଭାଗବତଙ୍କ ମାଆର ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚି ଭାଗବତଙ୍କୁ ଉଦ୍ଧାର କରିଥିଲେ । ଭାଗବତଙ୍କ 90 ଭାଗ ଜଳି ଯାଇଥିବାରୁ ଗୁରୁତର ହୋଇ ପଡିଥିଲେ । ଗୁରୁତର ଭାଗବତଙ୍କୁ 108 ଆମ୍ବୁଲାନ୍ସ ଦ୍ଵାରା ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ରେଫର୍ କରାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ