ଓଡିଶା

odisha

By

Published : Dec 10, 2021, 8:57 AM IST

ETV Bharat / state

Rain Damages Crops: କନ୍ଧମାଳରେ ଲଗାଣ ବର୍ଷା, ଚିନ୍ତାରେ ଚାଷୀ

କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଚାଷୀ । ଧାନ ଚାଷ ନଷ୍ଟ (Farmers Worried in kandhamal) ହେବାରୁ ଏହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

କନ୍ଧମାଳରେ ଲଗାଣ ବର୍ଷା, ଚିନ୍ତାରେ ଚାଷୀ
କନ୍ଧମାଳରେ ଲଗାଣ ବର୍ଷା,କନ୍ଧମାଳରେ ଲଗାଣ ବର୍ଷା, ଚିନ୍ତାରେ ଚାଷୀ ଚିନ୍ତାରେ ଚାଷୀ

ଫୁଲବାଣୀ: ବାତ୍ୟା ଜୱାଦର ପ୍ରଭାବ ଟଳିଯିବା ପରେ ଗତକାଲି କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଫୁଲବାଣୀ, ଖଜୁରୀପଡା ,ବାଲିଗୁଡା,ଫିରିଙ୍ଗିଆ ସମେତ ସମଗ୍ର ଜିଲ୍ଲା ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ ଧାନ ଚାଷ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଥିବା ବେଳେ ଗତକାଲି ଲଗାଣ ବର୍ଷା ପୁଣି କନ୍ଧମାଳ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲେଇ ଦେଇଛି । ବର୍ଷା ଯୋଗୁଁ ଜିଲ୍ଲାର ସଙ୍କରଖୋଳ ,ଫିରିଙ୍ଗିଆ, ଟିକାବାଲି ଗ୍ରାମରେ ଚାଷୀଙ୍କ ଧାନ ଚାଷ ନଷ୍ଟ ହେବାରୁ ଏହାକୁ ନେଇ ଚିନ୍ତାରେ ଚାଷୀ ।

କନ୍ଧମାଳରେ ଲଗାଣ ବର୍ଷା, ଚିନ୍ତାରେ ଚାଷୀ

ଚାଷ ପାଇଁ ଧାର କରଜ କରିଥିବା ଅର୍ଥକୁ କିପରି ଶୁଝିବା ସେନେଇ ଏବେ ଚିନ୍ତା ଦ୍ବିଗୁଣ ହୋଇଛି । ଖଳାକୁ ଧାନ କିଛି ମାତ୍ରାରେ ଚାଷୀ ନେଇଥିବା ବେଳେ କ୍ଷେତରେ ପଡିରହିଛି ଧାନ । ବର୍ଷା ଯୋଗୁଁ ଧାନ ଗଛ ସବୁ ଶୋଇପଡିବା ସହ ଗଜା ହେବାକୁ ବସିଲାଣି । ଫଳରେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ସାଧାରଣରେ ଦାବି ହେଉଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର ଇଟିଭି ଭାରତ

ABOUT THE AUTHOR

...view details