ଫୁଲବାଣୀ: କନ୍ଧମାଳରେ ହାତୀପଲ ଉପଦ୍ରବ ବଢ଼ିବାରେ ଲାଗିଛି । ଝିରିପାଣି ଜଙ୍ଗଲରେ ୫୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହାତୀ ଟ୍ରାକିଙ୍ଗ୍ କରିବା ପାଇଁ ସ୍କାର୍ଡ ଟିମ ଗଠନ କରିଛି ବନବିଭାଗ । ଝିରିପାଣି ଜଙ୍ଗଲ ରେ ୪୦ ରୁ ୫୦ ଟିକିଆ ହାତୀପଲ ଗାଁକୁ ପଶି ଫସଲ ନଷ୍ଟ କରୁଥିବା ବେଳେ ଭୟଭୀତ ଗ୍ରାମବାସୀ । ଏହି ହାତୀ ପଲ କଳାହାଣ୍ଡି-କନ୍ଧମାଳ ସିମାନ୍ତ ଜଙ୍ଗଲରୁ ଆସିଥିବା ସନ୍ଦେହ କରୁଛି ବନ ବିଭାଗ ଟିମ । ତେବେ ହାତୀ ଟ୍ରାକିଙ୍ଗ୍ ସ୍କାର୍ଡ ଟିମ ଗଠନ କରି ହାତୀ ଗତିପଥ ବଦଳେଇବା ସହ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ହାତୀଙ୍କ ନିକଟକୁ ନ ଯିବା ପାଇଁ ବନବିଭାଗ ସଚେତନ କରିଛି ।
ସୂଚନା ଅନୁଯାୟୀ,ବାଲିଗୁଡା ବନଖଣ୍ଡର ବେଲଘର ବନାଅଂଚଳର ଝିରିପାଣି ଗାଁ ଅଞ୍ଚଳକୁ ୪୦ରୁ୫୦ଥିବା ହାତୀପଲ ପଶି ଆସିଥିବା ଦେଖିବାକୁ ମିଳିଛି । ଏହି ହାତୀପଲ ଆଜକୁ ପ୍ରାୟ ୭ରୁ ୮ ଦିନ ହେବ ଝିରିପାଣି ଜଙ୍ଗଲରେ ରହିଥିବା ସହ ଗାଁ ଭିତରକୁ ଆସି ଚାଷ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଝିରିପାଣିରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଙ୍ଗ୍ ସ୍କାର୍ଡ ଟିମ ଗଠନ କରି ହାତୀ ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ । ଏହା ସହ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଝିରିପାଣୀ ଗାଁ ବିଟ୍ ହାଉସର ଫରେଷ୍ଟର ଶିବାଜି ବେହେରା କହିଛନ୍ତି ।