ଫୁଲବାଣୀ: ଲାଞ୍ଚ ନମିଳିବାରୁ ବିପିଏଲ ପରିବାରର ଲାଇନ କାଟିଦେବା ସହ ଘରେ ଲାଗିଥିବା ମିଟର ବାକ୍ସ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ କାଢି ନେଲେ ବିଦ୍ୟୁତ ସ୍କ୍ବାର୍ଡ । ୩ ମାସ ଅନ୍ଧାରରେ ରହି ହଇରାଣ ହରକତ ହେବାପରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । କୌଣସି ସୁଫଳ ନମିଳିବାରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁନଃ ବିଦ୍ୟୁତ ସଂଯୋଗ ପାଇଁ ନିବେଦନ କରିଛନ୍ତି ।
ମିଳିଲାନି ଲାଞ୍ଚ, BPL ପରିବାରର ବିଜୁଳି କାଟିଦେଲା ବିଦ୍ୟୁତ୍ ସ୍କ୍ବାର୍ଡ - ବିପିଏଲ ପରିବାରର ଲାଇନ କାଟିଲେ ବିଦ୍ୟୁତ ବିଭାଗ
କନ୍ଧମାଳର ଜଣେ ବିପିଏଲ ଉପଭୋକ୍ତାଙ୍କ ଘରକୁ ଯାଇ ଟିଭି ଏବଂ ଚାଷ ପାଇଁ ମୋଟର ଲାଗିଥିବା ଦେଖି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଦ୍ୟୁତ ସ୍କ୍ବାର୍ଡ । ଲାଞ୍ଚ ନମିଳିବାରୁ ଲାଇନ କାଟିଦେବା ସହ ଘରେ ଲାଗିଥିବା ମିଟର ବାକ୍ସ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ କାଢି ନେଲେ । ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁନଃ ବିଦ୍ୟୁତ ସଂଯୋଗ ପାଇଁ ନିବେଦନ କଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ
ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୧୦ରେ ଫୁଲବାଣୀ ବିଦ୍ୟୁତ ବିଭାଗର ଏକ ସ୍କ୍ବାର୍ଡଟିମ କର୍ମଚାରୀ ଶଙ୍କରାଖୋଲ ନିକଟସ୍ଥ ଶିକପଡା ଗ୍ରାମର ରଞ୍ଜନ କହଁର ନାମକ ଜଣେ ବିପିଏଲ ଉପଭୋକ୍ତାଙ୍କ ଘରକୁ ଯାଇଥିଲେ । ଘରେ ଟିଭି ଏବଂ ଚାଷ ପାଇଁ ମୋଟର ଲାଗିଥିବା ଦେଖି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେବାରୁ ବିଦ୍ୟୁତ ଚୋରି କରୁଥିବା କହି ଘରର ଲାଇନ କାଟିଦେବା ସହ ଘରେ ଲାଗିଥିବା ମିଟର ବାକ୍ସ ସହ କିଛି ବିଦ୍ୟୁତ ସାମଗ୍ରି କାଢି ନେଇଥିଲେ । ଏହାପରେ ରଞ୍ଜନଙ୍କ ପରିବାର ବିଦ୍ୟୁତ ଅଧିକାରୀଙ୍କୁ ଭେଟିବାରୁ ଅଧିକାରୀ ଜଣଙ୍କ ବିଦ୍ୟୁତ ସଂଯୋଗ ପାଇଁ ୪୫ ହଜାର ଟଙ୍କା ଦାବି କରିଥିଲେ ।
ଇଟିଭି ଭାରତ, କନ୍ଧମାଳ